ପଦ୍ମପୁରରେ ବନଦୁର୍ଗାଙ୍କ କୁଷ୍ମାଣ୍ଡା ଓ ସ୍କନ୍ଧମାତା ଅବତାର ରୂପରେ ଭକ୍ତ ବତ୍ସଳଙ୍କୁ ଦର୍ଶନ ଦେଲେ ମାଁ ଦୁର୍ଗା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରଠାରେ ଚୈତ୍ର ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଓ ପଞ୍ଚମ ଦିନ ମାତା ଦୁର୍ଗା କୁଷ୍ମଣ୍ଡା ଓ ସ୍କନ୍ଧମାତା ରୂପରେ ଧରାପୃଷ୍ଟରେ ଅବତରଣ କରି ଭକ୍ତ ବତ୍ସଳଙ୍କୁ ଦର୍ଶନ ଦେଇଥିଲେ । ଏଥିର ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ତତ୍ୱାବଧାନରେ ଦେବୀ ବ୍ରହ୍ମଚାରିଣୀ ଓ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘ.ସମୟରେ ପାର୍ଶ୍ୱ ଦେବତା, ସୂର୍ଯ୍ୟଦେବତାଙ୍କୁ ଅବାହନ କରି ସାରିବା ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଚଣ୍ଡିପାଠକ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ରାଜେଶ ନନ୍ଦ, ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଗୌରାଙ୍ଗ ବାରିକ ସମେତ ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଦକ୍ଷ୍ୟ ଅନିଲ କୁମାର ବେହେରା, ମନ୍ଦିର କର୍ମକର୍ତା ସୁଶାନ୍ତ ପଧାନ, ଗଜାନନ ଶର୍ମା, ପ୍ରତାପ ମିଶ୍ର, ଗଜାନନ ଅଗ୍ରୱାଲ, ଉମେଶ ଚନ୍ଦ୍ର ସାହୁ, ବିଷ୍ଣୁ ଥପା, ନାରାୟଣ ଭୋଇ, ବୁଧୁ ସାହୁ, ସରୋଜ ଯୋଶୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଟ. ୭୦.୦୦ ଙ୍କା ବିନିମୟରେ ଅନ୍ନଭୋଗ ଓ ସନ୍ଧ୍ୟା ୭.୩୦ ମି. ସମୟରେ ସନ୍ଧ୍ୟା ମହା ଆଳତି ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି କମିଟି ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.