oom

କରୋନା ମାଡରେ ଝାଉଁଳି ଗଲା ପିକନିକ୍ ଋତୁ

jsmm

ବଲାଙ୍ଗିର, (କେପିଏନଏସ) : କରୋନା ମାଡରେ ଚଳିତ ବର୍ଷ ଝାଉଁଳି ପଡିଛି ପିକନିକ୍ ଋତୁ। ପ୍ରତିବର୍ଷ ନଭେମ୍ବର ମାସରୁ ଆରମ୍ଭ ହୋଇଥାଏ ଅଘୋଷିତ ବଣଭୋଜି ପର୍ବ। ଅଥଚ କରୋନା ସଂକ୍ରମଣର ଆଶଙ୍କା ଯୋଗୁଁ ସେଥି ପ୍ରତି କାହାର ବି ନିଘା ନଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ଶେଷାର୍ଦ୍ଧରୁ କରୋନା କଟକଣା ଆରମ୍ଭ ହୋଇ ଯାଇଥିଲା। ୟା ପରେ ଜନ ସାଧାରଣଙ୍କ ଜୀବନ ଜୀବିକା ବିଶେଷ ଭାବରେ ପ୍ରଭାବିତ ହେଲା, ଯେଉଁ ପରିସ୍ଥିତିରୁ ଏବେ ବି ଜନ ସମୁଦାୟଙ୍କୁ ନିସ୍ତାର ମିଳି ପାରିନାହିଁ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ସେ ଯାହାହେଉ, କରୋନାର ନିଷ୍ଠୁର ପ୍ରହାର ଯୋଗୁଁ ଚଳିତ ବର୍ଷର ପିକନିକ୍ ଋତୁ ବି ନିହାତି ଝାଉଁଳି ପଡ଼ିଥିବା ଲକ୍ଷ୍ୟ କରାଯାଇଛି।

jittmm
Leave A Reply

Your email address will not be published.