csstore

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୦.୩୦ମି.ରେ ଜୀବନ କରନ୍‌ଙ୍କ ସଭାପତିତ୍ୱରେ ଦୁର୍ଗା ମଣ୍ଡପ ଶାନ୍ତିପଡାଠାରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ଉଦ୍‌ଘାଟନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଏବଂ କିଏ ମୁଖ୍ୟ ଅତିଥି ଏବଂ ସମ୍ମାନିତ ହେବେ ତାହା ସ୍ଥିର କରାଯାଇଥିଲା । ଅତିଥି ବୃନ୍ଦଙ୍କୁ ସାକ୍ଷାତ କରିବା ସକାଶେ ସଂପାଦକ ସମେତ ଆଉ ପାଞ୍ଚ ଜଣ ସଭ୍ୟଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ନିମନ୍ତ୍ରଣ ପତ୍ର ଛପା ଗଲା ପରେ ପ୍ରତ୍ୟେକ ଡୁମାଲ ପରିବାରକୁ ନିମନ୍ତ୍ରଣ ପତ୍ର ଦେଇ ଉପରୋକ୍ତ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସେମାନଙ୍କୁ ଅନୁରୋଧ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା । ଆଜିକାର ସଭାରେ କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର, ଯୁଗ୍ମ ସଂପାଦକ ଭାରତ ମହାକୁର, କାର୍ଯ୍ୟକାରିଣୀ ସଭ୍ୟ ଭିକାରି ଚରଣ କର୍ମୀ, ଦୀନବନ୍ଧୁ ଡାଙ୍ଗ, ପଲଉ ଚଉଲିଆ, ବୁଡୁ କରନ ନବ ନିର୍ବାଚିତ ଉପଦେଷ୍ଟା ରତିକାନ୍ତ କର୍ମୀ ଉପସ୍ଥିତ ରହି ସକ୍ରୀୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସଭାପତିଙ୍କ ଆଦେଶ କ୍ରମେ ଭିକାରି କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାସାଙ୍ଗ କରାଯାଇଥିଲା ।

jayashree
Leave A Reply

Your email address will not be published.