jsm

ବିଜ୍ଞାନ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜ୍ଞାନ ସାହିତ୍ୟ ପରିଷଦର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରୁଗୁଡିପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେନ୍ଦ୍ର କୁମାର ଶର୍ମା ବିଗତ ବୈଠକର ବିବରଣୀ ପାଠ କରିଥିଲେ । ଆଗାମୀ ଦିନରେ ନୂତନ ଯୁବ ପିଢିଙ୍କୁ ଦାୟିତ୍ୱ ଦେବା, ପ୍ରକାଶିତ ପୁସ୍ତିକା ବିଜ୍ଞାନ ମଧୁପର କଳେବରକୁ ବୃଦ୍ଧି ଓ ସୌନ୍ଦର୍ଯ୍ୟକରଣ, ଆଗାମୀ ନଭେମ୍ବର ଡିସେମ୍ବର ପୁସ୍ତିକାର ବଣ୍ଟନ ଦାୟିତ୍ୱ ଏବଂ ଏକ ବୈଠକ ଆଗାମୀ ଫେବୃୟାରୀ ୧୯ରେ ଡାକିବା ପାଇଁ ସ୍ଥିରିକୃତ ହୋଇଥିଲା । ଉକ୍ତ ସଭାରେ ପୂର୍ବତନ ସଭାପତି ସନାତନ ଠାକୁର, ପ୍ରଫେସର ତରୁଣ କୁମାର ମିଶ୍ର, ଯତିନ୍ଦ୍ର ମୋହନ ପାଠି, ଡ. ବି.ଏନ୍‌. ଶ୍ରୀକାନ୍ତ, ଚିତ୍ତ ପଟେଲ, ସରୋଜ ନାଏକ, ଆନନ୍ଦ ଚନ୍ଦ୍ର ବଡପଣ୍ଡା, ବାସନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ପ୍ରଫେସର ତରୁଣ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.