jsm

ଜିଲ୍ଲା କଂଗ୍ରେସ କମିଟିର ପ୍ରସ୍ତୁତି ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ସମ୍ପୁର୍ଣ୍ଣ କୋଭିଡ ନିୟମ ପାଳନ କରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟି ଡାକରାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ଆସନ୍ତା ୧୧ ତାରିଖ ଦିନ ବଲାଙ୍ଗିର ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଜିଲ୍ଲା କଂଗ୍ରେସ କମିଟି, ନଗର କଂଗ୍ରେସ କମିଟି ଓ ବ୍ଲକ କଂଗ୍ରେସ କମିଟିମାନଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଉପସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଉମାକାନ୍ତ ସାହୁ, ସନ୍ତକ ବହିଦାର, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଅଜୟ ବାଲି, କୈଳାସ ମିଶ୍ର, ସଂଜୟ ମିଶ୍ର, କୁଳମଣି ସାହୁ, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଇଭାନ ମହାପାତ୍ର, ଲୋପନ ମିଶ୍ର, ଟୁଲୁ ସେନ, ଗୋବିନ୍ଦ ପଟେଲ, ସୁଭେନ୍ଦୁ ସାହୁ, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

yuvodaya
Leave A Reply

Your email address will not be published.