ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚମାଖଣ୍ଡି ଥାନା ଅନ୍ତର୍ଗତ ହରିଆପଲ୍ଲୀ ଗ୍ରାମରେ ବୁଧବାର ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ଯୋଗଦେଇ ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରୀପ୍ରେକ୍ଷୀରେ ନିଜେ ନିଜର ବ୍ୟକ୍ତିଗତ ଅଧିକାର ସ୍ୱାଧୀନ ଭାବେ ଗର୍ବର ସହ ମତଦାନ କରିବା ଆବଶ୍ୟକ । କାହାର ପ୍ରଲୋଭନ କିମ୍ବା ଚାପରେ ବଶୀଭୂତ ନହୋଇ ନିଜର ମୂଲ୍ୟବାନ ଭୋଟ ଦେଇ ନାଗରିକତା ବଜାୟ ରଖିବା ଆବଶ୍ୟକ । କୌଣସି ଅପ୍ରୀତିକର ପରିସ୍ଥିତି ସମସ୍ୟାକୁ ଏଡାଇବାକୁ ଉପରେ ପ୍ରତ୍ୟେକ ବ୍ୟକ୍ତି ନିଜେ ନିଜର ଆପୋଷ ବୁଝାମଣା କରିବା ଆବଶ୍ୟକ । ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଗଣ୍ଡଗୋଳ ଓ ବିଶୃଙ୍ଖଳା ଦେଖାଦେଲେ ପୋଲିସ ପ୍ରଶାସନକୁ ସହଯୋଗ କରିବା ଉଚିତ । ଅନ୍ଧବିଶ୍ୱାସ, ତାନ୍ତ୍ରିକ, ଗୁଣିଗାରେଡି ପ୍ରଥାଠାରୁ ଦୂରରେ ରହିବା ଆବଶ୍ୟକ । କମ୍ ବୟସରୁ ଝିଅମାନଙ୍କୁ ବିବାହ ନ କରି ୨୧ ବର୍ଷରୁ ଅଧିକ ବୟସ ହେଲେ ସେମାନଙ୍କୁ ବିବାହ କରିବା କଥା ଚିନ୍ତା କରିବା ଆବଶ୍ୟକ ବୋଲି ସଚେତନତା କରାଯାଇଥିଲା । ଅଜଣା ବ୍ୟକ୍ତି ସହିତ ଦୂରେଇ ରହିବା ଜରୁରୀ । ବରିଷ୍ଠ ନାଗରିକଙ୍କୁ ମାନ୍ୟତା, ବ୍ୟାଙ୍କ ଗୁଡିକରେ ଅଜଣା ବ୍ୟକ୍ତି ସହିତ କଥାବାର୍ତ୍ତା ଠାରୁ ଦୂରରେ ରହିବା, ଜନଗହଳି ସ୍ଥାନଠାରୁ କିଛି ଦୂରରେ ରହିବା ଶିଶୁ ଶ୍ରମିକ ବାଲ୍ୟ ବିବାହ ପ୍ରଥାକୁ ନିଷେଧ ଦିଗରେ ସଚେତନତା ସୃଷ୍ଟି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସ୍‌.ଆଇ.ପି.କେ. ଦୁବେ, ହରିଆପଲ୍ଲୀ ଯୁବକ ଯୁବତୀ, ମହିଳା-ସ୍ଵୟଂସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ିକର୍ମୀ ଓ ଗ୍ରାମବାସୀ, ଭଦ୍ରମଣ୍ଡଳୀ ପ୍ରମୁଖ ଯୋଗଦେଇ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.