jayashree

ବଲାଙ୍ଗିର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ ଟିକ୍ରାପଡା-ସଇଁତଲା ବ୍ଲକ ଟିକ୍ରାପଡା ଶିବ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ସମାଜର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଅକ୍ଷୟ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଇଷ୍ଟଦେବୀ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପ୍ରଥମେ ଜିଲ୍ଲା ସମ୍ପାଦକ ଅନିଲ ରଣା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରତ୍ୟେକ ବ୍ଲକର ସଭାପତି ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ । ଉପଖଣ୍ଡ ସଭାପତି କୃଷ୍ଣଚନ୍ଦ୍ର ରଣା ଓ ବରୁଣ ସଂଗଠନ ସୁଦୃଢ କରିବା ପାଇଁ ମତାମତ ରଖିଥିଲେ । ଆଇନ ପରାମର୍ଶଦାତା ଅରୁଣ ରଣା ଦେବାଶିଷ ରଣା ଚାରିଟେବୁଲ ଟ୍ରଷ୍ଟକୁ ଆର୍ଥିକ ସହଯୋଗ କାମନା କରିଥିଲେ । ସଭାପତି ଆଗାମୀ କାର୍ଯ୍ୟପନ୍ଥା ଯଥା ନିୟମିତ ପ୍ରତ୍ୟେକ ବ୍ଲକରେ ଜିଲ୍ଲା ବୈଠକ ଆୟୋଜନ, ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି, ବାର୍ଷିକ ବିବରଣୀ ଉପସ୍ଥାପନ ପାଇଁ ମତବ୍ୟକ୍ତ କରିଥିଲେ ଓ ଏହାକୁ ସର୍ବ ସମ୍ମର୍ତ୍ତି କ୍ରମେ ପାରିତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ବ୍ଲକ କାର୍ଯ୍ୟକର୍ତ୍ତା ନିଧି ରଣା, ଧନଞ୍ଜୟ ରଣା, ରମେଶ ରଣା, ପ୍ରମୋଦ ରଣା, ଟଙ୍କଧର ରଣା, ଗୌରୀ ଶଙ୍କର ରଣା, ସୁରେନ୍ଦ୍ର ରଣା, ତେଜୁ ରଣା, ଅନାଦି ରଣା, ଶଶୀଭୂଷଣ, ଖଗେଶ୍ୱର ରଣାଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ନୃପରାଜ ରଣା ଧନ୍ୟବାଦ ଅର୍ପଣ କରିଥିଲେ ଓ ଟିକ୍ରାପଡା ଗ୍ରାମବାସୀ ସାହାର୍ଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.