jayashree

ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖାର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ସଫଳତା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅବସରରେ ଉପ-ସଭାପତି ଡଃ. ପ୍ରଶାନ୍ତ କୁମାର ଶତପଥୀ, ସାଧାରଣ ସମ୍ପାଦକ ସୋମନାଥ ସାହୁ, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପାଢ଼ୀ ଏବଂ ଉପଦେଷ୍ଟା ନରସିଂହ ଅଚାରୀ ପ୍ରମୁଖ ମଞ୍ଚାସୀନ ରହି, ଏକ ସୁଦୃଢ଼ ସମାଜ ଗଠନରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ଓ ଜ୍ଞାନର ଅନନ୍ୟ ଆବଶ୍ୟକତା ଉପରେ ପ୍ରେରଣାଦାୟୀ ଆଲୋକପାତ କରିଥିଲେ । ବୈଠକରେ ପେନସନଧାରୀମାନଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ସର୍ବସମ୍ମତ ସଂକଳ୍ପ ନିଆଯାଇଥିବା ବେଳେ ଏହି ମହତ କାର୍ଯ୍ୟକ୍ରମକୁ ଅଶ୍ୱିନୀ କୁମାର ଚୌଧୁରୀ, ସୁରେନ୍ଦ୍ର ନାଥ ବେହେରା, ତ୍ରିନାଥ ସାହୁ, ଏନ୍. ରମାରାଓ, ପ୍ରକାଶ ଚନ୍ଦ୍ର ଦାଶ, ବିଜୟ କୁମାର ବେହେରା, ନିରଞ୍ଜନ ବେହେରା, ସୁକାନ୍ତ କୁମାର ଜେନା, କାଶୀନାଥ ସାହୁ, ରଘୁନାଥ ସାହୁ, ରବୀନ୍ଦ୍ର ରଥ, ଭାସ୍ୱଜାର ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ରଥ, ସୂର୍ଯ୍ୟ ନାରାୟଣ ଦାସ, ଏ. ବିଶ୍ୱମ୍ବର, ଦାଶରଥୀ ବେହେରା, ବିଜୟ କୁମାର ରାଉଳ ଓ ଘନଶ୍ୟାମ ବେହେରାଙ୍କ ସମେତ ବହୁ ନିଷ୍ଠାପର ବରିଷ୍ଠ ସଦସ୍ୟ ନିଜର ସକ୍ରିୟ ସହଯୋଗ ଦ୍ୱାରା ଅଧିକ ଗୌରବାନ୍ୱିତ କରିଥିଲେ । ଆସନ୍ତା ଅଗଷ୍ଟ ମାସ ୩୦ ତାରିଖ (ଶେଷ ରବିବାର) ଦିନ ସଂଘର ବାର୍ଷିକ ଉତ୍ସବକୁ ଅଧିକ ସ୍ମରଣୀୟ ଓ ସଫଳ କରିବା ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ନିଜ ନିଜର ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.