jayashree

ଜିଲ୍ଲା ଲେଖକ ପରିଷଦକୁ ପୁନଃରୁଜ୍ଜୀବିତ କରାଯିବା ପାଇଁ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦଶ ବର୍ଷ ହେଲା ସୁପ୍ତ ଅବସ୍ଥାରେ ଥିବା ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦକୁ ପୁନର୍ଗଠନ କରିବାକୁ ଶେଷରେ ଆଗେଇ ଆସିଛନ୍ତି ସହରର ବୁଦ୍ଧିଜୀବୀ ସମୂହ । ଆଡ୍‌ଭୋକେଟ ସୁଶାନ୍ତ ବାଗଙ୍କ ଆବାହକତ୍ୱରେ ସ୍ଥାନୀୟ ରାଜମିସ୍ତ୍ରୀ ସଂଘ ଅଫିସରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ତିରିଶ ସରିକି ସହରର ବଛାବଛା ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ବୁଦ୍ଧିଜୀବୀମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେଇ ସାରିବା ପରେ ସର୍ବସମ୍ମତ କ୍ରମେ ଶିକ୍ଷାବିତ ସନାତନ ଠାକୁରଙ୍କୁ କମିଟିର ଆବାହକ ଭାବରେ ମନୋନୀତ କରାଗଲା । ପ୍ରକାଶ ଯୋଗ୍ୟ ଯେ, କିଛି ଆଙ୍ଗୁଠି ଗଣତି ବ୍ୟକ୍ତି ଦୀର୍ଘଦିନ ହେଲା ସାହିତ୍ୟ ଓ ସାହିତ୍ୟିକଙ୍କୁ ନ ସୁହାଇଲା ଭଳି ପରିବେଶ ସୃଷ୍ଟି କରି ଓ ଅଗଣତାନ୍ତ୍ରିକ ଭାବରେ ପରିଷଦକୁ ଆବୋରି ରଖିଛନ୍ତି ଓ ବିନା ପରିସଂଖ୍ୟାନରେ, ବିନା ସାହିତ୍ୟିକ ଗତିବିଧି ଆୟୋଜନରେ ଏହି ସଂସ୍ଥାକୁ ଅଳିଆଗଦାରେ ଫିଙ୍ଗି ଦେଇଛନ୍ତି ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଆଲୋଚନା ହୁଏ । ଆଲୋଚନାରେ ରଘୁନାଥ ବାବୁ, ମଧୁସୁଦନ ଦାସ, କୃଷ୍ଣଚନ୍ଦ୍ର ବାରିକ, କାହ୍ନୁଚରଣ ବହିଦାର, ଆନନ୍ଦ ଚନ୍ଦ୍ର ସାହୁ, ଶମ୍ଭୁ ପ୍ରସାଦ ନାଗ, ଅର୍ଜୁନ କୁମାର ସାହୁ, ଅବ୍‌ଦୁଲ ଜମାଲ ଖାନ୍, ନବକିଶୋର ବେହେରା, ଗୋପାଳ ଚନ୍ଦ୍ର ମେହେର, ସୁଶ୍ରୀ ନିର୍ମାଲ୍ୟ ସ୍ୱାଇଁ, ମଳୟ ତ୍ରିପାଠୀ, ଦିଲୀପ ପୁରୋହିତ, ସନ୍ଦିପ କୁଅଁର, ରାଜେଶ ଦଣ୍ଡସେନା, ତପସ୍ଵିନୀ ପସାୟତ, ପୁଷ୍ପାଞ୍ଜଳି ମେହେର, ଅଭିଜିତ ଫରିକାର, ମିଲନ ପଣ୍ଡା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭା କାର୍ଯ୍ୟକ୍ରମକୁ ବିରେନ୍ଦ୍ର କୁମାର ବନ୍‌ଛୋର ସଂଯୋଜନା କରିଥିଲେ ଓ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.