csstore

ନିଆରା ଭାବେ ପାଳିତ ହେବ ନରସିଂହ ମିଶ୍ରଙ୍କ ଜନ୍ମଦିନ : ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ଆସନ୍ତା ୨୩ ତାରିଖରେ ଛତାମଖନାର ସୁପୁତ୍ର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ୮୧ତମ ଜନ୍ମ ଦିବସ ଉପଲକ୍ଷେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ନରସିଂହ ସେନା” ଦ୍ୱାରା କୋଭିଡ୍ ନିୟମାନୁସାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ କାର୍ୟ୍ୟକ୍ରମ କରିବା ପାଇଁ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ନେଇ ନରସିଂହ ସେନାର ସଭାପତି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଗଠନର ଉପସଭାପତି ନରେନ୍ଦ୍ର ମିଶ୍ର, ସଂପାଦକ ରାଜ କିଶୋର ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର, ସରପଞ୍ଚ ଜନ୍ମଜୟ ବାରିକ, ପୂର୍ବତନ ସରପଞ୍ଚ ସରୋଜ ମେଶ୍ୱା, ପରମାନନ୍ଦ ନାଏକ, ମୁରଲୀ ମହାକୁର, ସୁଶାନ୍ତ ପାତ୍ର, ଚିତ୍ତ ରଂଜନ ଶତପଥି, ଶୁଶିଲ ମିଶ୍ର, ବିଭିଷଣ ପଧାନ, ସତ୍ୟବାନ ମେଶ୍ୱା, ରାଧାକାନ୍ତ ମିଶ୍ର, ଶ୍ରୀହରି ମିଶ୍ର, ବିରାଟ ହରପାଲ, କୁସଲେ ସାହୁ, ନିଳାମ୍ବର ଭୋଇ, ବିମଲ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ପୂର୍ବରୁ ସଂଗଠନର ସଦସ୍ୟ ଆଖ ପାଖ ଗ୍ରାମକୁ ଯାଇ ସ୍ୱେଚ୍ଛାକୃତ ରକ୍ତଦାନ ଓ କରୋନା ସଚେତନା ଉପରେ ସଭା ସମିତି କରିବା ତଥା ଲୋକଙ୍କୁ ରକ୍ତଦାନ ଦିନ ମାକ୍ସ ବଣ୍ଟନ କରିବାକୁ ପ୍ରସ୍ତାବ ପାରିତ କରାଯାଇଛି ।

jayashree
Leave A Reply

Your email address will not be published.