om academy

ଭବାନୀପାଟଣାଠାରେ ସାମୁହିକ ଔଷଧ ସେବନର ଦ୍ୱିତୀୟ ଜିଲ୍ଲା ସମନ୍ୱୟ କମିଟି ବୈଠକ

jsm

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ନର୍ଲା ବ୍ଲକ ଓ ଜୁନାଗଡ ଏନ୍‌ଏସି ପାଇଁ ଆଗାମୀ ଫେବୃୟାରୀ ୧୦ରୁ ଫେବୃଆରୀ ୧୯ ତାରିଖ ମଧ୍ୟରେ ହେବାକୁ ଥିବା ସାମୁହିକ ଔଷଧ ସେବନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ଡାକ୍ତର ସୁଚେତା ପାଣି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଜିଲ୍ଲାର ଅନ୍ୟ ବିଭାଗୀୟ ଅଧିକାରୀ ଡି ପିଏଚଓ ଡ. ରାକେଶ ସାହୁ, ଏଡିପିଏଚ୍‌ଓ ଡ. ରଞ୍ଜନ ମିତ୍ର, ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ଭବାନୀ ଶଙ୍କର ସାହୁ, ଡିଇଓ ସୁଶାନ୍ତ ଚୋପଦାର, ଡିଏସ୍‌ଡବ୍ଲୁଓ, ଡିପିସି, ମିଶନଶକ୍ତି, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ନର୍ଲା ଓ ଜୁନାଗଡ ବ୍ଲକର ସିଡିପିଓ ତଥା ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୨ ବର୍ଷରୁ କମ୍‌ ଶିଶୁ, ଗର୍ଭବତୀ ମହିଳା ଓ ଅତ୍ୟନ୍ତ ରୋଗାକ୍ରାନ୍ତଙ୍କୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ଡିଇସି ଟାବ୍ଲେଟ, ଆଇଭର୍ମଟିନ୍‌ ଓ ଆଲବେଣ୍ଡାଜୋଲ ଔଷଧ ବଣ୍ଟନ କରାଯିବ । ୨୦୨୩-୨୪ ମସିହା ସର୍ଭେରେ ନର୍ଲା ବ୍ଲକରେ ୯ ଓ ଜୁନାଗଡ ଏନଏସିରେ ୧୧ ଫାଇଲେରିଆ ରୋଗର ଲକ୍ଷଣ ଜଣାପଡିଥିଲା । ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀ ଟିମ୍‌ ଦ୍ୱାରା ଆଇଭର୍ମଟିନ୍ ଟାବ୍ଲେଟ ଉଚ୍ଚତା ଅନୁସାରେ ଏବଂ ଆଲବେଣ୍ଡାଜୋଲ ବୟସ ଅନୁସାରେ ଘରକୁ ଘର ବୁଲି ଲୋକଙ୍କୁ ସେବନ କରାଇବେ । ମୋବାଇଲ ଟିମ ମାଧ୍ୟମରେ ମଧ୍ୟ କାର୍ଯ୍ୟାଳୟ ଅଫିସ, ହାଟ, ସ୍କୁଲ ଅଞ୍ଚଳରେ ବୁଲି ବୁଲି ଔଷଧ ସେବନ କରାଯିବ । ଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରି କଳାହାଣ୍ଡିକୁ ଫାଇଲେରିଆ ମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।

Leave A Reply

Your email address will not be published.