oom

ବଙ୍ଗୋମୁଣ୍ଡାରେ ଜିଲ୍ଲା ସମିତି ସଭ୍ୟ ସଂଘର ସାଧାରଣ ବୈଠକ

jsmm
  • ରାଜଧାନୀରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ପାଇଁ ନିଷ୍ପତ୍ତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ସଭାପତିତ୍ୱରେ ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାରୁ ପ୍ରତିନିିତ୍ଵ କରୁଥିବା କର୍ମକର୍ତ୍ତାଙ୍କୁ ସ୍ଵାଗତ କରାଯାଇଥିଲା । ଉକ୍ତ ସଭାରେ ସମିତି ସଭ୍ୟ ସଭ୍ୟାମାନଙ୍କର ନିଜର ହକ ଏବଂ ନିଜର ଅଧିକାର ପାଇଁ ଏକଯୋଟ ହୋଇ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ୱରରେ ବିରାଟ ଆନ୍ଦୋଳନରେ ସାମିଲ ହେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସିଥିବା ୫ ଜଣିଆ ପ୍ରତିନିଧିଙ୍କ ମଧ୍ୟରୁ ଜିଲ୍ଲା ସମିତି ସଭ୍ୟ ସଂଘର ସମ୍ପାଦକ ମୁରଲୀଧର କୁମ୍ଭାର, ବ୍ଲକ ପ୍ରତିନିଧି ଦ୍ରୋଣସେନ ବେହେରା, ରାଜ୍ୟ ପ୍ରତିନିଧି ବୀରେନ୍ଦ୍ର ସାହୁ, ରାଜ୍ୟ ପ୍ରତିନିଧି ବବିତା ପୁଟେଲ, ଜିଲ୍ଲା ସମିତି ସଭ୍ୟ ସଂଘର ଉପସଭାପତି ଜୋସ୍ନାମୟୀ ନାଗ, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ଯୋଗଦେଇ ସମିତି ସଭ୍ୟ ସଭ୍ୟାଙ୍କର ୧୦ ଦଫା ଦାବୀଗୁଡିକ ଆଲୋଚନା କରିବା ସହ ସରକାରଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିବା ସହ ଆନ୍ଦୋଳନ କରିବା ପାଇଁ ବୈଠକରେ ଆଲୋଚନା କରିଥିଲେ । ଏଥିରେ କପିଲାଭଟା ସମିତି ସଭ୍ୟ କେଦାର ଭୋଇ, ଗନ୍ଧରାବନ୍ଧ ସମିତି ସଭ୍ୟା ସଭ୍ୟା ଜଗତ, ବେଲପଡା ସମିତି ସଭ୍ୟ ହର ମେହେର, ବିରିପାଲି ସମିତି ସଭ୍ୟ ଯୁଗେଶ୍ୱର ବେହେରା, ଝରିଆଲ ସମିତି ସଭ୍ୟ ରାଜୁ ହାତୀ, ଭୁର୍ଷାଗୁଡା ସମିତି ସଭ୍ୟ ଦ୍ରୋପଦ ବାରିକ, ନିଳକଣ୍ଠ ବାରିକ, ଶ୍ୟାମ ସାହୁ, ଘାସି ସାହୁ ପ୍ରମୁଖଙ୍କ ସହ ବ୍ଲକର ସମସ୍ତ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.