jsm

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ସାଂଗଠନିକ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବନ୍ଧପଡା ପଂଚାୟତ ଅନ୍ତର୍ଗତ ନର୍ସରୀଠାରେ ୧୯ ନଂ. ଜୋନର ସମସ୍ତ ସକ୍ରୀୟ କଂଗ୍ରେସ କର୍ମୀଙ୍କୁ ନେଇ ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରିଷ୍ଠ କଂଗ୍ରେସ ନେତା ଓମ୍‌ ପ୍ରକାଶ କୁମ୍ଭାର ଯୋଗଦାନ କରି ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ଯୋଗଦାନ କରି ଛାତ୍ର, ଯୁବକ ଓ ମହିଳାମାନଙ୍କୁ ବୁଥ ସ୍ତରରୁ ସଂଗଠିତ କରି ଆଗାମୀ ୨୦୨୪ ପାଇଁ ସମସ୍ତଙ୍କୁ ଆପ୍ରାଣ ଉଦ୍ୟମ କରିବାକୁ ଆହ୍ୱାନ ଦେବା ସଙ୍ଗେ ବିଗତ ଦିନର ମତାନ୍ତର ଭୁଲି ସମସ୍ତେ ଏକଜୁଟ ହୋଇ କାମ କଲେ କଂଗ୍ରେସ ନିଶ୍ଚିତ ଭାବରେ ସଫଳତା ପାଇବ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ସର୍ଜନ ବିଶ୍ୱାଲ ପୁଇଁନ୍ତଲା ବ୍ଲକ ଆତ୍ମା ଅଧ୍ୟକ୍ଷ ତଥା ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଯୁବନେତା ଶୁଭ୍ରାଂଶୁ ପଣ୍ଡା, ହରି ନନ୍ଦ, ବିନୋଦ ତାଣ୍ଡି, ମିନିକେତନ ପଧାନ, ବିନୋଦ କଲତା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗେଶ୍ୱର ପାଣ୍ଡେ, ଗୋପ ଡାଙ୍ଗ, ବିକ୍ରମ ଡାଙ୍ଗ, ହିମାଂଶୁ, ବଜରଂଗ ଅମାତ, ଗୋକୁଳା କୁଅଁର, ବିଧୁଭୂଷଣ ଅମାତ, ଅର୍ଜୁନ କାଲସାଏ, ରାମ କାଲସାଏ, ବସୁଦେବ ନାଏକ, ଦଶରଥ ଶତପଥିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିବା ବେଳେ ରଙ୍ଗାଧର ଅମାତ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.