oom

ଭଦ୍ରା ପଞ୍ଚାୟତର ଯୋଗାଣ ସହାୟକ ଚାକିରୀରୁ ବହିସ୍କୃତ : ଇଓଙ୍କୁ ଚେତାବନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ପଞ୍ଚାୟତରେ ଗତ ଜୁନ ଓ ଜୁଲାଇ ମାସରେ କିରୋସିନ ଚଢା ଦରରେ ବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଓ ସୂଚନା ଅଧିକାର କର୍ମୀ ବଳଦେବ କୁମାର ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗି ଥିଲେ ଯେ କାହିଁକି ଚଢ଼ା ଦରରେ କିରୋସିନ ବିକ୍ରି ହୋଇଛି । ତେବେ ଘଟଣା ସମ୍ପର୍କରେ ପ୍ରଶାସନ ତଦନ୍ତ କରି ଘଟଣାର ସତ୍ୟତା ଥିବା ଜାଣିବା ପରେ ଭଦ୍ରା ଯୋଗାଣ ସହାୟକ ସତ୍ୟ ଛତ୍ରିଆଙ୍କୁ ଚାକିରୀରୁ ବହିସ୍କୃତ କରାଯାଇ ଥିବା ପତ୍ର ସଂଖ୍ୟା ୧୦/୨୩ରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, ଏହି ପାଞ୍ଚୟତରେ ହିତାଧିକାରୀମାନଙ୍କୁ ଠିକ ସମୟରେ କିରୋସିନ ବଣ୍ଟାଯାଉ ନଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ କରୋନା ମହାମାରୀ ସମୟରେ ୧୫ ଟଙ୍କା ମଧ୍ୟରେ କିରୋସିନ ବଣ୍ଟା ଯିବା କଥା, ହେଲେ ଏଠାରେ ଚଢ଼ା ଦରରେ ବିକ୍ରି କରାଯାଉଥିଲା । ଅଭିଯୋଗ ହେବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଅତିରିକ୍ତ ତହସିଲଦାର ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଘଟଣା ଉପରେ ତଦନ୍ତ କଲେ ଓ ଘଟଣାର ସତ୍ୟତା ଥିବା ମଧ୍ୟ ଜାଣିବାକୁ ପାଇଲେ । ଅନ୍ୟପକ୍ଷରୁ ସୂଚନା ଅଧିକାର ଆଇନ ଅନୁଯାୟୀ ସୂଚନା ଅଧିକାର କର୍ମୀ ବଳଦେବ କୁମାର ତଥ୍ୟ ମାଗିଥିଲେ ।ତେବେ ଏହି ତଥ୍ୟ ଆଧାର ପ୍ରମାଣିତ ହେବା ପରେ ସେହି ବ୍ୟକ୍ତିଙ୍କୁ ଚାକିରୀରୁ ବହିସ୍କୃତ ହୋଇଥିବା ଜାଣିବା ପରେ ସଇଁନ୍ତଲା ବ୍ଳକରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁଙ୍କ ପତ୍ର ସଂଖ୍ୟା ୭୭୫/୧୫୧୦ରେ ତାଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ଯଦି ଆଗାମୀ ଦିନରେ ଏଭଳି ଭୁଲ କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ମଧ୍ୟ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.