ଜେ ଏସ୍ ଏମ୍ କଲେଜର ଫେରୱେଲ ସେରିମୋନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେ ଏସ୍ ଏମ୍ କଲେଜ ଅଫ୍ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସର ଯୁକ୍ତ ୨ ୨୦୨୪-୨୬ ଓ ଯୁକ୍ତ ୩ ୨୦୨୩-୨୬୦ ଶିକ୍ଷା ବର୍ଷ ଅଧ୍ୟୟନ ସାରିଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଜି ଏକ ଫେରୱେଲ ସେରିମୋନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ଶିକ୍ଷା ବର୍ଷରେ କଲେଜର ଯୁକ୍ତ ୩ ପାସ୍ ଆଉଟ୍ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କଲେଜ ଅଧ୍ୟୟନ ସମୟରେ ସ୍ମୃତି ଏବଂ ଏକ ଘରୋଇ ବାତାବରଣ ମଧ୍ୟରେ ଅଧ୍ୟାପକମାନଙ୍କ ଶିକ୍ଷାଦାନ ତଥା କଲେଜ ପ୍ରତି ରହିଥିବା ଆନୁଗତ୍ୟକୁ ଛାତ୍ରଛାତ୍ରୀମାନେ ମନେ ପକାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବରଗଡ଼ର ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନେଇ ଆମର ଶିକ୍ଷା ବ୍ୟବସ୍ଥା ହେବା ସହ ଶିକ୍ଷାଦାନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେରିୟର କାଉନସେଲିଙ୍ଗ ଜେ ଏସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସଭା ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାଇସ ପ୍ରିନ୍ସିପାଲ ଏ. ବି ରାମ ଲିପ୍ସା ଅତିଥି ପରିଚୟ ପ୍ରଦାନ କରିଥିଲେ । କଲେଜର ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମାଙ୍କ ଆବାହକତ୍ୱରେ ଜେ ଏସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ ଅନୁଷ୍ଠିତ ଏହି ଫେରୱେଲ ସେରିମୋନୀରେ କଲେଜର ଉପଦେଷ୍ଟା ମନୋରଞ୍ଜନ ସାହୁ ମଂଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବରେ ରସରାଜ ଅଚ୍ୟୁତ ପୁରୋହିତ ମଂଚାସୀନ ରହି ଏହି ଅନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିଥିବା ଶିକ୍ଷାର୍ଥୀ ମାନେ ଅର୍ଜନ କରିଥିବା ଶିକ୍ଷାକୁ ପରବର୍ତ୍ତୀ ଜୀବନରେ ପ୍ରୟୋଗ କରି ନିଜକୁ ଏକ ସୁନାଗରିକ ଭାବରେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ସଭା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ନାଚଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁଣି ଏହି ବର୍ଷ ନିମନ୍ତେ ମିସ୍ ଏଣ୍ଡ ମିଷ୍ଟର ଜେଏସ୍ଏମ୍ ବି.କମ୍
ମନିଷା ପୂଜାରୀ, ରିଣ୍ଟୁ କୁମାର ପୋଢ
ମିସ୍ ଏଣ୍ଡ ମିଷ୍ଟର ଜେଏସ୍ଏମ୍ କଳା ଦ୍ଵିତୀୟ ବର୍ଷ
ଦିପକ୍ ସ୍ୱାଇଁ, ପଦ୍ମାଳୟା ଷଡ଼ଙ୍ଗୀ
ମିସ୍ ଏଣ୍ଡ ମିଷ୍ଟର ଜେଏସ୍ଏମ୍ ବାଣିଜ୍ୟ ଦ୍ଵିତୀୟ ବର୍ଷ
ପ୍ରାଶୁଂ ଅଗ୍ରୱାଲ, ଅନ୍ୱେଷା ପୂଜାରୀ
ମିସ୍ ଏଣ୍ଡ ମିଷ୍ଟର ଜେଏସ୍ଏମ୍ ବିଜ୍ଞାନ ଦ୍ଵିତୀୟ ବର୍ଷ
ଯୁଗେଶ୍ୱର‌ ଶବର, ସନ୍ଧ୍ୟା ଶର୍ମା ଛାତ୍ରଛାତ୍ରୀ ମାନେ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.