ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ପରୀ ସ୍ମୃତିରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ବିଧାନସଭା ସ୍ତରୀୟ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ନୟାଗଡ଼ରେ ହୋଇଥିବା ପରୀ କାଣ୍ଡକୁ ବିରୋଧ କରି ଏବଂ ପରୀର ସ୍ମୃତିରେ ଏକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହିଳା ମୋର୍ଚ୍ଚା ତରଫରୁ ଏହି ମାମଲାର ତଦନ୍ତ ତୁରନ୍ତ ସିବିଆଇକୁ ଦେବା ଓ ଏହି କାଣ୍ଡରେ ସଂପୃକ୍ତ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା କିମ୍ବା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିସ୍କାର କରିବା ପାଇଁ ଦୃଢ଼ ଦାବୀ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସାଂସଦ ସଂଗୀତା କୁମାରୀ ସିଂଦେଓ, ଅନନ୍ତ କୁମାର ଦାଶ, ଆରତି ଗୁରୁ, ପଙ୍କଜିନୀ ପଣ୍ଡା, ରଶ୍ମି ଦାନୀ, ରଶ୍ମି ଆଚାର୍ଯ୍ୟ, ବନଶ୍ରୀ ଆଚାର୍ଯ୍ୟ, ବାସନ୍ତୀ ଜେନା, ସରିତା ଯୋଷୀ, ଅନୁସୟା ବେଜ୍‌, ପିରୋଜା ବିବି, କଲ୍ୟାଣୀ ଆଡ଼ବାଙ୍କ, ବିନା ସାହୁ, ପ୍ରମିଳା ମୁଗ୍ରୀ, ସୌଦାମିନୀ ମିଶ୍ର, ସଂଜୁ ମିଶ୍ର, ପୀତାମ୍ବର ଖମାରୀ, ଚିତ୍ତ ମିଶ୍ର, ସୁନୀଲ ମିଶ୍ର, ସୁନୀଲ ସେଠ୍‌, ଉଗ୍ରେସନ ପାତ୍ର, ଗଣେଷ ବାଗ, ବାସୁ ସିଂ, ଗୁଣନିଧି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.