csstore

ବିଶ୍ଵ ଖାଦ୍ୟ ଦିବସରେ କ୍ଷୁଦ୍ରଦାନା ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ଓଡ଼ିଶା ମିଲେଟ୍ ମିଶନ ଜରିଆରେ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗ ତରଫରୁ କ୍ଷୁଦ୍ରଦାନା ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଗ୍ରାମ ସେବକ ଦୀପକ ରଣା, ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତ, ସହକାରୀ ଥାନା ଅଧିକାରୀ ସବିତା ପାତ୍ର ଉପସ୍ଥିତ ରହି ଉକ୍ତ ଖାଦ୍ୟ ମେଳାକୁ ଉଦ୍‌ଘାଟନ କରିଥିଲେ । କଲଙ୍ଗାପାଲିର କଲ୍ୟାଣୀ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟାମାନେ ମାଣ୍ଡିଆରେ ରସଗୋଲା, ପାନ୍ତୁଆ, ପକୁଡ଼ି, ଚା’, ଗଜା, ବାଲସେଇ, ଜିଲାପି, ବରା, ସିଙ୍ଗଡ଼ା, ଆଲୁଚପ ଇତ୍ୟାଦି ୧୫ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେଇଥିଲେ । ଏହି ଅବସରରେ ୫୦୦ରୁ ଅଧିକ ଲୋକ ଏହି ଖାଦ୍ୟକୁ ଗ୍ରହଣ କରିଥିବା ବେଳେ ମାଣ୍ଡିଆର ଉପକାରିତା ବିଷୟରେ କ୍ଲବ୍‌ର ସଦସ୍ୟମାନେ ବୁଝାଇବା ପରେ ସମସ୍ତେ ମାଣ୍ଡିଆରୁ ପ୍ରସ୍ତୁତ କରି ଏହି ସବୁ ଖାଦ୍ୟକୁ ନିଜ ଘରେ ତିଆରି କରି ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ରୁଦ୍ର ସାହୁ, ଅତିରିକ୍ତ ବ୍ଲକ ସଂଯୋଜକ ଶେଷଦେବ ସାହୁ, ସିଆର୍‌ପି ଥବିର ସାହୁ, ତ୍ରିନାଥ ସାହୁ, ରୋହିତ ବେହେରା, ଲାଦୁ ବାଗ ଓ ଭଜମନ ଗଡ଼ତିଆ ଲୋକମାନଙ୍କୁ ମାଣ୍ଡିଆ ଚାଷ ଉପରେ ଅବଗତ କରାଇଥିଲେ ।

jayashree
Leave A Reply

Your email address will not be published.