ପିଏମ୍‌ଶ୍ରୀ ବୁରୋମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ପିଏମ୍‌ଶ୍ରୀ ବୁରୋମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୂମଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଭୁଦତ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ଓ ମୁଖ୍ୟ ବକ୍ତାଭାବରେ ଯୁବରାଜ ମେହେର, ସମ୍ମାନୀତ ବକ୍ତାଭାବରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଏବଂ ସିଆର୍‌ସିସି ଅମରେନ୍ଦ୍ର ବାଗ, ବାସନ୍ତୀ ବନଛୋର, ଗିରିଶ ବନଛୋର, ଦିବ୍ୟ ରଞ୍ଜନ ବନଛୋର ଯୋଗଦେଇଥିଲେ । ଶିକ୍ଷକ ପ୍ରତାପ କୁଅଁର ସଭା ପରିଚାଳନା ଓ ଶରତ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଥୁଲେଶ୍ୱରୀ ପାଇକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, ଚିତ୍ରାଙ୍କନ, ଗୀତ, କୁଇଜ୍‌, ନୃତ୍ୟ ଓ ସମାପ୍ତି ସୂଚକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିପ୍ତୀରାଣୀ ଦାସ, ରିତାରାଣୀ ମହାନ୍ତି, ଅନୁସୂୟା ଶବର, ସୁରେଶ ତାଣ୍ଡୀ, ଲୋପାମୁଦ୍ରା ମଲ୍ଲିକ, ରଞ୍ଜୁକ୍ତା ଭୋଇ, ଲଳିତ ବିଶି, ଜ୍ୟୋତିର୍ମୟ ଭୋଇ, ପ୍ରଭାସିନୀ ନାୟକ, ମଦନ ସୋଇ, ଅନିଲ ମେହେର, ରାଜେନ୍ଦ୍ର ଦଣ୍ଢସେନା, ପ୍ରହଲ୍ଲାଦ ସିକା, ପ୍ରଭାତୀ ଭୋଇ, କମଳାକାନ୍ତ ବନଛୋର, ଯୁଗଳ କିଶୋର ଦାସ ସହ ସମସ୍ତ ଗ୍ରାମବାସୀ ଓ ଅଭିଭାବକମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.