jsm

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ରେ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ, ରାଉରକେଲାର ନବମ ବାର୍ଷିକୋତ୍ସବରେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ସେକ୍ଟର ୧୯ ସିଭିକ ସେଣ୍ଟର୍ ଠାରେ ‘ଆମ ଜିଲ୍ଲାର ବିକାଶରେ ବାଧକ : ସମସ୍ୟା ଓ ସମାଧାନ’ ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜନ ହେବ । ଏହି ଆଲୋଚନାଚକ୍ରରେ ଉଦ୍‌ଘାଟକ ଭାବେ ରାଜ୍ୟ ସରକାରଙ୍କ ପ୍ରାକ୍ତନ ପଞ୍ଚାୟତିରାଜ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଦାମୋଦର ରାଉତ, ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡେଇ, ସ୍ମରଣିକା ଉଦ୍‌ଘାଟକ ଭାବେ ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଓ ମୁଖ୍ୟବକ୍ତା ଭାବେ ସମ୍ବାଦର ମୁଖ୍ୟ ସଂପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେବେ । ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ମଂଚର ସାଧାରଣ ସଂପାଦକ ପି ପି ରାୟ ଅନୁରୋଧ କରିଛନ୍ତି ।

yuvodaya
Leave A Reply

Your email address will not be published.