oom

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ : ଦଣ୍ଡ ସଂସ୍କୃତି ବିଷୟକ ଆଲୋଚନାଚକ୍ର

jsmm

ମ.ରାମପୁର, (ହେମନ୍ତ ସାହୁ) : ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହୋଇ ୨୦୨୨ ମସିହାରେ ଏକଶହ ବର୍ଷ ପୂର୍ତ୍ତି ଅବସରରେ ଶତବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ଏକ ଆଲେଚନାଚକ୍ର ପରିଷଦର ଉପଦେଷ୍ଟା ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଲୋଚକମାନେ କାମନା ଦଣ୍ଡ ଲୋକ ସଂସ୍କୃତିର ଆଉ ଏକ ବଳିଷ୍ଠ ବିଭବ ବୋଲି କହିବା ସହିତ ଏହି ସଂସ୍କୃତିରେ ଜୀବନ, ସମାଜ, ସାମାଜିକ ଚଳଣୀ, ସାଂସ୍କୃତିକ ବୈଭବ, ବ୍ରହ୍ମ ଜ୍ଞାନ, ଶରୀର ତତ୍ତ୍ୱ ଭଳି ବିଭିନ୍ନ ବିଭବର ସମାହାର ଏବଂ ଏହି ଦଣ୍ଡ କେବଳ କାମନାର ଦଣ୍ଡ ନୁହେଁ ବରଂ ଜୀବନକୁ ପ୍ରକୃତ ଉପଲବ୍ଧି କରିବାର ଏକ ମହାର୍ଘ୍ୟର୍ ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ରୁ ଡ଼ଃ ଘାସିରାମ ମିଶ୍ର, ଦଶପଲ୍ଲାରୁ ସୁରେନ୍ଦ୍ର କୁମାର ମିଶ୍ର ଆଲୋଚକ ଭାବରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ହେମନ୍ତ ସାହୁ । ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ , ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ସହସଂପାଦକ ଲଳିତ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦାର୍ପଣ କରିିଥିଲେ ପରମାନନ୍ଦ ବିଶି ।

jittmm
Leave A Reply

Your email address will not be published.