ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ

ନୀଳଗିରି : ବାଲେଶ୍ଵର ଜିଲ୍ଲା ସେରଗଡ଼ ଉଦଳା ୧୯ ନମ୍ବର ରାଜ୍ୟପଥ ପୋଡ଼ାଶୂଳ ନିକଟ ବାଉଁଶନାଳ ଠାରେ ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୋମବାର ଦ୍ଵିପ୍ରହରରେ ଜାମୁଡିହା ଗ୍ରାମର କାହ୍ନୁଚରଣ ପ୍ରଧାନ ତାଙ୍କ ଝିଅ ସୁଚିସ୍ମିତାଙ୍କ ସହିତ ବାଇକ୍‌ ଯୋଗେ ଘରୁ ନୀଳଗିରି ଆଡକୁ ଆସୁଥିଲେ । ଏତିକି ବେଳେ ବାଉଁସନାଳ ଠାରେ ବାଘୁଆ ମହୁମାଛି ହଠାତ୍ ଆକ୍ରମଣ କରିଥିଲେ । ଫଳରେ ବାପ-ଝିଅ ଗୁରୁତର ହୋଇ ନୀଳଗିରି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହି ସମୟରେ ଯାଉଥିବା ପଥଚାରୀ ଓ ବାଇକ୍ ଆରୋହୀଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିବାରୁ ୧୦ ଜଣ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!