jsm

ସାଲେପାଲି ରୋଡରେ ଲୁଟେରାଙ୍କ ଆକ୍ରମଣର ଶିକାର ହେଲେ ପିକ୍‌ଅପ୍‌ ଗାଡି ଚାଳକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଲୁଟ, ତରାଜ, ଡକାୟତି ଭଳି ଅନେକ ଅପରାଧିକ ମାମାଲା ବଢି ବଢି ଚାଲିଥିବା ବେଳେ ଆଜି ପୁଣି ରେଲୱେ ଷ୍ଟେସନ ନିକଟସ୍ଥ ସାଲେପାଲିପଡା ଠାରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ପିକ୍‌ଅପ୍‌ ଗାଡିର ଚାଳକ । ତେବେ ପିକ୍‌ଅପ୍‌ ଗାଡି ଚାଳକ ଜଣକ ଆଗ୍ରାର ୟତେନ୍ଦ୍ର କୁମାର ହୋଇଥିବା ବେଳେ ସେ ସହରର ଜୟଶ୍ରୀ ପ୍ରିଟିଙ୍ଗ ପ୍ରେସଠାରେ କାମ କରନ୍ତି । ପିକ୍‌ଅପ୍‌ ଗାଡି ଚାଳକ ୟତେନ୍ଦ୍ରଙ୍କ କହିବାନୁସାରେ ସେ ସାଲେପାଲିପଡାକୁ ପ୍ରିଟିଙ୍ଗ ସାମାଗ୍ରୀ ପିକ୍‌ଅପ୍‌ ଗାଡିରେ ଆଣିବାକୁ ଯାଇ ସାମାଗ୍ରୀ ଧରି ଫେରୁଥିବା ସମୟରେ ଗୋଟିଏ ଅଜଣା ବ୍ୟକ୍ତି ଏକ ହୋଣ୍ଡା ସାଇନ୍‌ ଗାଡି ଓଡି୦୩କ୍ୟୁ ୩୧୬୫ରେ ଆସି ସାଲେପାଲିପଡା ଠାରେ ତାଙ୍କ ଗାଡିକୁ ଅଟାକାଇ ପଇସା ମାଗିିଥିଲା । ୟତେନ୍ଦ୍ର ତୁମେ କିଏ ଓ କ’ଣ ପାଇ ମୁଁ ପଇସା ଦେବି କହିବାରୁ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ୟତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା । ପରେ ସେ ଟାଉନ ଥାନାକୁ ଆସି ଅଭିଯୋଗ କରିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.