
ବୌଦ୍ଧ, (କେପିଏନ୍ଏସ୍) : ଡିନାମାଇଟ ବିସ୍ପୋରଣ ବେଳେ ଅଘଟଣ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ଗୁରୁତର । ଡିନାମାଇଟ ବିସ୍ପୋରଣରେ ସଚ୍ଚିଦାନନ୍ଦଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହରଭଙ୍ଗା ପରେ ବୌଦ୍ଧ ଓ ଅବସ୍ଥା ଅଧିକ ସଂକଟାପର୍ଣ୍ଣ ହେବାରୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ସୂଚନାମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁସାଶିଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ମହାକୁଡ ଆଜି ନିଜ ଜମିରେ ମଧ୍ୟରେ ଥିବା ଏକ ପଥରକୁ ଡିନାମାଇଟ ଲଗାଇ ବେଆଇନ ଭାବେ ବିସ୍ପୋରଣ କରୁଥିଲେ । ଡିନାମାଇଟ ବିସ୍ପୋରଣ ବେଳେ ଅସାବଧାନତା ଯୋଗୁଁ ଡିନାମାଇଟଟି ସଚ୍ଚିଦାନନ୍ଦଙ୍କ ହାତରେ ଫୁଟି ଯାଇଥିଲା । ଯାହା ଫଳରେ ତାଙ୍କ ହାତ ପାପୁଲି କଟି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ହରଭଙ୍ଗା ଓ ପରେ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡ଼ିକାଲ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଠି ବଡ ପ୍ରଶ୍ନ ଯେ ସଚ୍ଚିଦାନନ୍ଦ ଡିନାମାଇଟ ଭଳି ବିସ୍ପୋରକ ସାମଗ୍ରୀ ପାଇଲେ କେଉଁଠୁ ଏବଂ ଡିନାମାଇଟ ବିସ୍ପୋରଣ ନଜାଣି ବିସ୍ପୋରଣ କରୁଥିଲେ କାହିଁକି । ଅନ୍ୟପଟେ ବଜାରରେ ବେଆଇନ ଭାବେ ମିଳୁଥିବା ଡିନାମାଇଟ ଭଳି ବିସ୍ପୋରକ ସାମଗ୍ରୀ ଉପରେ ରୋକ ଲଗାଇବା ସହ ଦୋକାନ ଗୁଡିକରେ ହରଭଙ୍ଗା ପୋଲିସ ପକ୍ଷରୁ ତଦନ୍ତ କରି ରେଡ଼ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।