ଆଇ.ଆର୍.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ସ୍ଥାନୀୟ ଅଧିବାସୀଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ସମୁଦ୍ରକୂଳିଆ ବସ୍ତି ଆର୍ଯ୍ୟପଲ୍ଲୀ ଅଧିବାସୀଙ୍କର କୌଣସି ଦାବୀ ଅଭିଯୋଗ ଉପରେ ଆଇ.ଆର୍.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସମୁଦ୍ର କୂଳିଆ ନୋଳିଆ ସମ୍ପ୍ରଦାୟଙ୍କର ଭିଟାମାଟି ଛଡ଼ାଇ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ଉକ୍ତ ଅଧିବାସୀଙ୍କର ସ୍ୱାର୍ଥ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଅଧିବାସୀଙ୍କର ଦାବୀ ଆଦୌ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ଦୃଢ଼ ଅଭିଯୋଗ କରିଆସିଛନ୍ତି । ଆଇ.ଆର୍.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ ଆର୍ଯ୍ୟପଲ୍ଲୀ ଅଧିବାସୀଙ୍କର ଶିକ୍ଷା, ସ୍ଵାସ୍ଥ୍ୟ, ଜୀବିକା ଏବଂ ଜୀବନ ଧାରଣର ମାନ ଉନ୍ନତ ଦିଗରେ କୌଣସି ଧ୍ୟାନ ନଦେଇ ଲୋକଙ୍କୁ ହନ୍ତସନ୍ତ କରି ଆସୁଛନ୍ତି । ଅଧିବାସୀଙ୍କର ସ୍ଥାୟୀ ବସବାସ କରୁଥିବାବେଳେ ସେମାନଙ୍କୁ ଘରବାରି ପଟ୍ଟା ଦିଆଯିବରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାନଯିବା ଏବଂ ପ୍ଲାଣ୍ଟରେ ସ୍ଥାନୀୟ ଅଧିବାସୀଙ୍କ ପରିବାର ତରଫରୁ ପ୍ରତି ପରିବାରର ଶିକ୍ଷିତ ଯୁବକ, ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେବା ଏକ ବିଡମ୍ବନାର ବିଷୟ ହୋଇଛି । ପ୍ଲାଣ୍ଟର ଖଣି ଉତ୍ତୋଳନ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳ ଦୂଷିତ ହୋଇ ରହୁଛି । ତେଣୁ ସ୍ଥାନୀୟ ଲୋକଙ୍କୁ ଦୂଷିତ ଜଳ ଯୋଗାଣ ହେଉଥିବା ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଧିବାସୀ ହୃଦ୍‌ରୋଗରେ ପିଡୀତ ହୋଇ ଅନେକ ହାର୍ଟ ଏଟାକ୍‌ରେ ମୃତ୍ୟୁବରଣ କରୁଛନ୍ତି । ଏପରିକି ମାରାତ୍ମକ ରୋଗ ଟି.ବି. , କ୍ୟାନ୍ସର ଭଳି ଅନେକ ରୋଗରେ ଆକ୍ରାନ୍ତ ହୋଇ ଅନେକ ପଙ୍ଗୁ ମଧ୍ୟ ହୋଇ ଯାଉଛନ୍ତି ବୋଲି ସାଧାରଣରେ କୁହାଯାଇଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ଲୋକଙ୍କର ଉଚିତ୍ ସ୍ଵାସ୍ଥ୍ୟ ସେବା ଦିଆଯାଇ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ପୂର୍ଣ୍ଣ ଆରୋଗ୍ୟ ଲାଭ ନିମନ୍ତେ ବ୍ୟବସ୍ଥା କରାଯାଉ ବୋଲି ଦାବୀ ହୋଇଛି । ଏଠାକାର ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବୀ ହୋଇଛି । ଆଞ୍ଚଳିକ ଲୋକଙ୍କର ଯେହେତୁ ଭିଟାମାଟି ଛାଡିଥିବା ହେତୁ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ କରିବା ଦିଗରେ ଆଇ.ଆର୍.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷଙ୍କୁ ଦାବୀପତ୍ର ଦେଇଛନ୍ତି । ଉପରୋକ୍ତ ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.