ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅର୍ନ୍ତଗତ ତାଲାକୋଟ ଗ୍ରାମର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଥିବା ଏକ ଭିଡିଓ ଘୁରି ବୁଳୁଛି । ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଥିବାର ଜଣାପଡିଛି । ସେମାନେ ହେଲେ ଲଛମନି ମାଝି, ଝଳସାଏ ମାଝି, ଲକ୍ଷ୍ମୀ ମାଝି, କମଳ ମାଝି ଓ ରମେଶ ଚିନ୍ଦା । ସେମାନଙ୍କୁ ଇଟାଭାଟି ମାଳିକ ଅଧିକ ନିର୍ଯାତନା ଦେବା ସହିତ ଅତ୍ୟଧିକ ଖଟାଇ କାମ କରାଉଥିବାର ସେମାନେ ସୂଚନା ଦେଇଛନ୍ତି । ନୂଆପଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏହି ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । ଏହି ୫ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶରୁ ମୁକୁଳିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.