jayashree

ପଙ୍ଗନିଆରେ ଆସ ଆମେ ସ୍କୁଲ ଯିବା ବ୍ଲକସ୍ତରୀୟ ପଦଯାତ୍ରା ଅଭିଯାନ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଆସ ଆମେ ସ୍କୁଲ ଯିବା ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ ମୁରିବାହାଲ ସଦର ପଞ୍ଚାୟତ ପଙ୍ଗନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୁନିକୁନି ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିଭ୍ରମଣ ପଦଯାତ୍ରା କରାଯାଇ ଲୋକମାନଙ୍କୁ ସଚେତନତା ପ୍ଲାକାର୍ଡ ବଣ୍ଟନ ତଥା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ଏହି ପଦଯାତ୍ରା ପରେ ମାତୃପିତୃ ଅଭିଭାବକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ନେଇ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଚେତନତା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ବାସନ୍ତୀ ସେଠୀ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ନାଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ, ବିଦ୍ୟାଳୟ ପ୍ରଧାନଶିକ୍ଷକ ତରୁଣ ସିଂ ଦୀପ ମଞ୍ଚାସୀନ ଥିଲେ । ଅତିଥିମାନେ ବିଦ୍ୟାଳୟରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ନିମନ୍ତେ ଅନେକ ପ୍ରକାର ପ୍ରେରଣା ଦାୟକ ବାର୍ତ୍ତା ତଥା ଏହାର ସୁବିଧା ସୁଯୋଗ ଉପରେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଲୋକଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ସ୍ରୋତକୁ ଅଣାଯାଇଥିବା ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ମୁରିବାହାଲ ବ୍ଲକର ସମସ୍ତ ୧୨ ଗୋଟି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହିଥିଲେ । ସଭାକାର୍ଯ୍ୟ ସଂଯୋଜନା ସିଆର୍‌ସିସି ବାସୁଦେବ ସେଠିଆ କରିଥିବା ବେଳେ ସିଆର୍‌ସିସି ପଦ୍ମଲୋଚନ ତାଣ୍ଡି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.