jsm

ହେଲ୍‌ଥ୍‌ ସୁପର୍‌ଭାଇଜର୍‌ ସନ୍ତୋଷ କୁମାର ତ୍ରିପାଠୀ ଅବସର ଗ୍ରହଣ କଲେ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଲ୍‌ଥ୍‌ ସୁପର୍‌ଭାଇଜର୍‌ ସନ୍ତୋଷ କୁମାର ତ୍ରିପାଠୀ ଗତ ୩୦ ତାରିଖ ଦିନ ସି.ଏଚ.ସି. ବେଲପଡାରୁ ଅବସର ଗ୍ରହଣ କରିଛନ୍ତି । ସୁପରିଟେଣ୍ଡେଣ୍ଟ ଡ. ରବୀନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭାରେ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେ ତାଙ୍କର ଚାକିରୀ କାଳରେ ସ୍ଵାସ୍ଥ୍ୟ ପରିଦର୍ଶକ ଭାବେ ବିଭିନ୍ନ ଗୁରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସିଡ଼ିଏମ୍‌ଓ ଅଫିସରେ ଭେକ୍‌ସିନ୍‌ ଷ୍ଟୋର୍‌ ଇନ୍‌ଚାର୍ଜ, ଭାଇଟାଲ୍‌ ଷ୍ଟାଟିଷ୍ଟିକ୍‌ ଇନ୍‌ଚାର୍ଜ, ଫୁଡ଼୍‌ ସେଫ୍‌ଟି ଅଧିକାରୀ, ପାଟଣାଗଡରେ ପବ୍‌ଲିକ୍‌ ଇନ୍‌ଫର୍‌ମେସନ୍‌ ଅଫିସର ଭାବରେ କାର୍ଯ୍ୟ ସୁଚାରୁ ରୂପରେ ତୁଲାଇଥିଲେ । ପରିଶେଷରେ ନିଜର ମୂଳ ଅଫିସ ସିଏଚ୍‌ସି. ବେଲପଡ଼ାରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ଗ୍ରହଣ ଦିନ ଅଫିସରୁ ଫେରିବା ପରେ ତାଙ୍କ ସ୍ତ୍ରୀ ଶ୍ରୀମାତୀ ବିଷ୍ନୁପ୍ରିୟସ ନେପାକ ପରିବାର ତରଫରୁଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ମହା ଆଡମ୍ବରରେ ଆୟୋଜନ କରିଥିଲେ । ସେଠାରେ ତାଙ୍କର ଦୁଇ ପୁତ୍ର ସ୍ୱାଗତ ଏବଂ ସ୍ୱସ୍ତିକ ଏବଂ ଅନ୍ୟ ବନ୍ଧୁ ପରିଜନ ଲୋକନାଥ ନେପାକ, ସିଦେ୍ଧଶ୍ଵର ପାଣିଗ୍ରାହୀ, ଭଗବାନ ଶତପଥି, ଲକ୍ଷ୍ମଣ ଦାସ, ପବିତ୍ର ନେପାକ, ରାଜୀବ ନେପାକ, ପିଙ୍କୁ ଦାଶ, ଲଷ୍ମୀପ୍ରିୟା ନେପାକ, କୁନୀପ୍ରିୟା ନେପାକ, ଜୟଶ୍ରୀ ନେପାକ ଏବଂ ଅନ୍ୟମାନେ ଉପସ୍ଥିତ ରହି ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.