om academy

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ରକ୍ତଦାନ ଶିବିର ଆୟାଜିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସ୍ଥାନୀୟ ଶାନ୍ତିପଡା ସ୍ଥିତ ମୁଖ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରକୁ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ଉଦଘାଟନ କରିଥିବା ବେଳେ ଦେଶକୁ ସୁରକ୍ଷା ଦେବାରେ ଯେଭଳି ସିଆର୍‌ପିଏଫ୍‌ ଜବାନ ମାନେ ସଫଳତା ପୂର୍ବକ ନିୟୋଜିତ ହୋଇଛନ୍ତି । ସେଭଳି ସମାଜ ସେବା କ୍ଷେତ୍ରରେ ମଧ୍ୟ ନିଜ ଯୋଗଦାନ ପ୍ରତିପ୍ରାଦନ କରି ପାରିଛନ୍ତି ବୋଲି ସେ ବକ୍ତବ୍ୟ ରଖିଥିଲେ । ଏହି ରକ୍ତଦାନ ଶିବିରରେ ଉପ କମାଣ୍ଡେଣ୍ଟ ଡ. ବିନୋଦ କଣ୍ଡନ ପ୍ରଥମେ ରକ୍ତଦାନ କରି ଯବାନ ମାନଙ୍କୁ ରକ୍ତଦାନ କରିବା ଭଳି ମହାନ ସେବାରେ ବ୍ରତୀ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୬ଜଣ ଅଧିକାରୀ ଓ ଯବାନମାନେ ରକ୍ତଦାନ କରିଥିବା ସୂଚନାରେ କୁହାଯାଇଛି । କମାଣ୍ଡେଣ୍ଟଶ୍ରୀ ତିୱାରୀ ବଲାଙ୍ଗିରର ବ୍ଲଡ ବ୍ୟାଙ୍କ୍‌ ଟିମ୍‌ ତଥା ଡା. ଭରତ ଭୂଷଣ ଜେନା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.