oum

୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ

jsm

ଜଗତସିଂହପୁର : ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ ଡାକରା । ଜଗତସିଂହପୁର ଜିଲ୍ଲାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଦାବି ସହ ଜିଲ୍ଲାରେ ଥିବା ପଲି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ତେବେ ବନ୍ଦ ପ୍ରଭାବରେ ଜଗତସିଂହପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ସହ ଯାନବାହନ ଚଳାଚଳ ବନ୍ଦ ରହିଛି । ଜିଲ୍ଲା ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆନ୍ଦୋଳନକାରୀମାନେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.