ଟାଟୁ ମଣିଷ : ମୁଣ୍ଡରୁ ପାଦ ପର୍ୟ୍ୟନ୍ତ ଟାଟୁ ହେବାର ଅଦ୍ଭୁତ କ୍ରେଜ୍

ବର୍ଲିନ୍ : ମଜାକଥା ଯେ, ପ୍ରାୟତଃ ଲୋକମାନେ ନିଜ ଜୀବନରେ ଅତି କମ୍‌ରେ ଗୋଟିଏ ଟାଟୁ ପାଇବାକୁ ଚାହାଁନ୍ତି । ଏହା କାହାର ନାମ କିମ୍ବା ଚିହ୍ନ କିମ୍ବା ଅନ୍ୟ କିଛି ହୋଇପାରେ, ଯାହା ଦେଖି ସେମାନେ ଖୁସି ହେବେ । ଲୋକମାନେ ନିଜ ଶରୀରରେ ଗୋଟିଏ କିମ୍ବା ଦୁଇଟି ଟାଟୁ କରିଥା’ନ୍ତି, କିନ୍ତୁ ୭୨ ବର୍ଷିୟ ୱଲ୍‌ଫ୍‌ଗେଙ୍ଗ କିର୍ଚ ଗୋଟିଏ କିମ୍ବା ଦୁଇଟି ଟାଟୁରେ ଖୁସି ନଥିଲେ । ଜର୍ମାନରେ ଜନ୍ମିତ ୱଲ୍‌ଫ୍‌ଗେଙ୍ଗ ଏତେ କ୍ରେଜରେ ପଡ଼ିଗଲେ ଯେ, ସେ ତାଙ୍କ ଶରୀରର ୯୮ ପ୍ରତିଶତ ଅଂଶ ଉପରେ ଟାଟୁ କରିଥିଲେ । ସେ ହେଉଛ‌ନ୍ତି ଜର୍ମାନୀର ଟାଟୁ ମଣିଷ ।

ନିଜକୁ ମ୍ୟାଗ୍ନେଟୋ ବୋଲି କହୁଥିବା ୱଲ୍‌ଫ୍‌ଗେଙ୍ଗ ତାଙ୍କ ଶରୀରରେ ମୋଟ ୮୬ ଟି ଟାଟୁ ଏବଂ ୧୭ ଟି ପ୍ରତିରୋପଣ କରିଛନ୍ତି । ତାଙ୍କର ଟାଟୁଗୁଡ଼ିକ ହାତ, ମୁହଁ, ପାଦ ଏବଂ ଏପରିକି ଆଖି ଏବଂ ଓଠରେ ରହିଛି । ମ୍ୟାଗ୍ନେଟୋ ଏପର୍ୟ୍ୟନ୍ତ ପାଦର ତଳଭାଗରେ ଟାଟୁ କରିନାହାଁନ୍ତି । ତାଙ୍କର କିଛି ପ୍ରତିରୋପଣରେ ଚୁମ୍ବକ ଅଛି, ଯେଉଁଥିପାଇଁ ଲୁହାରେ ନିର୍ମିତ କିଛି ଛୋଟ ଜିନିଷ ତାଙ୍କ ଶରୀରରେ ଲାଗିଥାଏ । ସେଥିପାଇଁ ସେ ତାଙ୍କର ଡାକନାମ ମ୍ୟାଗ୍ନେଟୋ ରଖିଥିଲେ ।

Leave A Reply

Your email address will not be published.