shyamal

ହିମାଚଳପ୍ରଦେଶ ବୈଶ୍ୱିକ ବିନିଯୋଗକାରୀ ଦ୍ୱିତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା

ହିମାଚଳ ପ୍ରଦେଶର ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
● “ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶ ନିମନ୍ତେ ଭାରତ ଅଙ୍ଗୀକାରବଦ୍ଧତାର ସୂଚକ”
● “୨୦୧୬ ମସିହାରେ ଭାରତ ଲକ୍ଷ୍ୟ ରଖିଥିଲା ଯେ, ଆଗାମୀ ୨୦୩୦ମସିହା ସୁଦ୍ଧା ଦେଶ ଚାହିଦାର ଶତକଡା ୪୦ଭାଗ ବିଦ୍ୟୁତ ଶକ୍ତି ଅଣ-ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ । ଚଳିତ ବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିନେଇଛି”
● “ପ୍ଲାଷ୍ଟିକ ସବୁଠାରେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀକୁ ଯାଉଛି, ଆମକୁ ପ୍ଲାଷ୍ଟିକ ଦ୍ୱାରା ହେଉଥିବା କ୍ଷତିରୁ ହିମାଳଚକୁ ବଞ୍ଚାଇବାକୁ ପଡିବ”
● “ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ, ତେବେ ଏହାର ପଛରେ ହିମାଚଳର ଶକ୍ତି ରହିଛି”
● “କରୋନା ବୈଶ୍ୱିକ ମହାମାରୀ କାଳରେ ହିମାଚଳ ପ୍ରଦେଶ କେବଳ ଅନ୍ୟାନ୍ୟ ରାଜ୍ୟ ନୁହେଁ ବରଂ ଅନ୍ୟାନ୍ୟ ଦେଶକୁ ସାହାଯ୍ୟ କରିଛି”
● “ବିଳମ୍ବିତ ଆଦର୍ଶ ଭାବନା ଯୋଗୁଁ ହିମାଚଳବାସୀଙ୍କୁ ଯୁଗ ଯୁଗ ଧରି ଅପେକ୍ଷା କରିବାକୁ ପଡିଲା । ସେଥିପାଇଁ ଏଠାରେ ପ୍ରକଳ୍ପଗୁଡିକୁ ବହୁ ବର୍ଷ ଧରି ବିଳମ୍ବିତ ହେଲା”
● ୧୫-୧୮ବର୍ଷ ମଧ୍ୟରେ ବୟସ ପିଲାମାନଙ୍କୁ ଟିକା ଦିଆଯିବା ସହ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ରୋଗ ଲକ୍ଷଣ ଥିବା ବରିଷ୍ଠ ନାଗରିକମାନଙ୍କୁ ପ୍ରତିଷେଧକ ଟିକା ଦିଆଯିବ
● “ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରାଯିବା ଦ୍ୱାରା ସେମାନେ ପାଠ ପଢିବା ପାଇଁ ପର୍ୟ୍ୟାପ୍ତ ସମୟ ପାଇବା ସହ ନିଜ ଭବିଷ୍ୟତ ବୃତ୍ତି ମଧ୍ୟ ନିର୍ଦ୍ଧାରଣ କରିବାରେ ସକ୍ଷମ ହେବେ”
● “ଦେଶର ସୁରକ୍ଷା ବୃଦ୍ଧିରେ ଗତ ସାତବର୍ଷରେ ଆମ ସରକାର କରିଥିବା କାର୍ୟ୍ୟ, ସୈନିକ, ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ହିମାଚଳବାସୀ ବିଶେଷଭାବେ ଉପକୃତ ହୋଇଛନ୍ତି”

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୧୨-୨୧) ହିମାଚଳ ପ୍ରଦେଶର ମଣ୍ଡିଠାରେ ଦ୍ୱିତୀୟ ହିମାଚଳ ପ୍ରଦେଶ ବୈଶ୍ୱିକ ନିବେଶକ ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି । ପ୍ରାୟ ୨୮ହଜାର କୋଟି ଟଙ୍କା ପ୍ରକଳ୍ପ ଦ୍ୱାରା ଏହି ରାଜ୍ୟରେ ପୁଞ୍ଜିନିବେଶକୁ ବେଶ୍ ପ୍ରୋତ୍ସାହିତ ମିଳିବ । ସେ ମଧ୍ୟ ୧୧,୦୦୦ କୋଟି ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । କେତେକ ଜଳବିଦ୍ୟୁତ ପ୍ରକଳ୍ପ ରେଣୁକାଜୀ ନଦୀବନ୍ଧ ପ୍ରକଳ୍ପ, ଲୁହରୀ ପ୍ରଥମ ପର୍ୟ୍ୟାୟ ଜଳବିଦ୍ୟୁତ ଏବଂ ଧୌଲାସିଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ । ସେ ମଧ୍ୟ ସ୍ୱର କୁନ୍ଦୁ ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ୍ ଆର୍ଲେକର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାହାଡ ତାଙ୍କ ଜୀବନରେ ଏକ ମୁଖ୍ୟ ଭୂମିକା ନେଇଥିବା ଭାବାବେଗପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ । ସେ ମଧ୍ୟ ହିମାଚଳବାସୀଙ୍କୁ ସେମାନଙ୍କ ଚାରିବର୍ଷର ଡବଲ ଇଞ୍ଜିନ ସରକାର ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଚାରିବର୍ଷ ମଧ୍ୟରେ ରାଜ୍ୟ ବୈଶ୍ୱିକ ମହାମାରୀ ଆହ୍ୱାନର ମୁକାବିଲା କରିବା ସହ ବିକାଶର ମଧ୍ୟ ନୂତନ ଶିଖର ଛୁଇଁଛି । “ଜୟରାମ ଜୀ ଓ ତାଙ୍କ କର୍ତ୍ତବ୍ୟନିଷ୍ଠ ଦଳ ହିମାଚଳ ପ୍ରଦେଶ ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କୌଣସି ଅବହେଳା କରିନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଜନସାଧାରଣଙ୍କ ସ୍ୱଚ୍ଛନ୍ଦରେ ରହିବା ହେଉଛି ଗୋଟିଏ ପ୍ରାଥମିକତା ଓ ସେଥିପାଇଁ ବିଦ୍ୟୁତ ଶକ୍ତିର ଏକ ବିରାଟ ଭୂମିକା ରହିଛି । ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶର ଅଙ୍ଗୀକାରବଦ୍ଧତାର ପ୍ରତିଫଳନ । “ଯେତେବେଳେ ଗିର୍ ନଦୀର ରେଣୁକାଜୀ ପ୍ରକଳ୍ପ କାର୍ୟ୍ୟକାରୀ ହେବ, ସେତେବେଳେ ବିଶାଳ ଅଞ୍ଚଳ ଏହାଦ୍ୱାରା ପ୍ରତ୍ୟକ୍ଷ ସୁବିଧା ପାଇବ । ପ୍ରକଳ୍ପରୁ ଯେତେ ଆୟ ହେବ, ତା’ର ଅଧିକାଂଶ ଭାଗ ଏଠାକାର ବିକାଶ ବାବଦକୁ ଖର୍ଚ୍ଚ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ନବ ଭାରତରର ପରିବର୍ତ୍ତିତ କାର୍ୟ୍ୟଧାରା ବିଷୟ ଦୋହରାଇ ଥିଲେ । ଯେଉଁ ଗତିରେ ଭାରତ ତା’ର ପରିବେଶଜନିତ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି, ତାହା ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୬ରେ ଭାରତ ଲକ୍ଷ୍ୟ ରଖିଥିଲା ଯେ ୨୦୩୦ ସୁଦ୍ଧା ଦେଶର ବିଦ୍ୟୁତ ଶକ୍ତି ଚାହିଦାର ଶତକଡା ୪୦ଭାଗ, ଅଣ ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ । ଚଳିତବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିସାରିଛି । ସମଗ୍ର ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି ଏହାର ପରିବେଶର ସୁରକ୍ଷା କରି ପ୍ରଗତିକୁ ତ୍ୱରାନ୍ୱିତ କିପରି କରୁଛି ବୋଲି । ସୌରଶକ୍ତିରୁ ଜଳବିଦ୍ୟୁତ, ପବନ ଶକ୍ତିରୁ ସବୁଜ ଉଦଜାନ ଶକ୍ତି, ସମଗ୍ର ଦେଶ ନିରବଚ୍ଛିନ୍ନ ଭାବେ ଅକ୍ଷୟ ଶକ୍ତି ସମ୍ପଦର ସମ୍ପୂର୍ଣ୍ଣ ବିନିଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଏକକ ବ୍ୟବହାର ଯୋଗ୍ୟ ପ୍ଳାଷ୍ଟିକ ଉପରେ ଆଲୋଚନା କରିଥିଲେ । ପ୍ଳାଷ୍ଟିକ ବ୍ୟବହାର ପାଇଁ ପାହାଡ ଗୁଡିକରେ ହେଉଥିବା କ୍ଷତି ନେଇ ସରକାର ସତର୍କ ଅଛନ୍ତି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବିରୁ୍ଦ୍ଧରେ ଅଭିଯାନ ଜାରି ରହିଥିଲାବେଳେ, ସରକାର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ କାର୍ୟ୍ୟ କରୁଛନ୍ତି । ବ୍ୟବହାରରେ ପରିବର୍ତ୍ତନକୁ ନେଇ ଶ୍ରୀ ମୋଦି କହିଥିଲେ ଯେ “ପର୍ୟ୍ୟଟକମାନଙ୍କ ମଧ୍ୟ ହିମାଚଳକୁ ପରିଷ୍କାର ରଖିବା ନେଇ ଏକ ବଡ ଭୂମିକା ରହିଛି । ପ୍ଲାଷ୍ଟିକ ଚାରିଆଡେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀରେ ମିଶୁଛି । ହିମାଚଳରେ ହେଉଥିବା କ୍ଷତି ଯେପରି ରୋକାଯାଇପାରିବ ତାହାକୁ ଆମ ସମସ୍ତଙ୍କୁ ଦେଖିବାକୁ ପଡିବ ।” ହିମାଚଳ ପ୍ରଦେଶର ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । “ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ , ତେବେ ଏହା ପଛରେ ହିମାଚଳ ପ୍ରଦେଶର ପ୍ରଚ୍ଛନ୍ନ ଶକ୍ତି ରହିଛି । ହିମାଚଳ ପ୍ରଦେଶ କେବଳ ଅନ୍ୟ ରାଜ୍ୟଗୁଡିକୁ ସାହାଯ୍ୟ କରିନାହିଁ, ବରଂ କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ଅନ୍ୟାନ୍ୟ ଦେଶଗୁଡିକୁ ମଧ୍ୟ ସାହାଯ୍ୟ କରିଛି । ରାଜ୍ୟ ବିଶାଳ ଦକ୍ଷତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ହିମାଚଳ ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ସର୍ବାଗ୍ରେ ରହି ତା’ର ସମସ୍ତ ସମର୍ଥ ଜନସଂଖ୍ୟାର ଟିକାକରଣ କରିପାରିଛି । ଏଠି ଯେଉଁମାନେ ସରକାରରେ ଅଛନ୍ତି ସେମାନେ ରାଜନୀତିକ ସ୍ୱାର୍ଥପରତାରେ ବୁଡି ନ ଯାଇ ହିମାଚଳରେ ପ୍ରତ୍ୟେକ ନାଗରିକ କିପରି ଟିକା ନେବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି ।” ପ୍ରଧାନମନ୍ତ୍ରୀ ନିକଟରେ ଝିଅମାନଙ୍କ ବିବାହ ବୟସର ପରିବର୍ତ୍ତନ ନିଷ୍ପତ୍ତି ସମ୍ପର୍କରେ ତାଙ୍କର ଉକ୍ତି ଦୋହରାଇଥିଲେ । “ ଆମେ ନିଷ୍ପତ୍ତି ନେଲୁ ଯେ ଝିଅମାନଙ୍କ ବିବାହ ଯୋଗ୍ୟ ବୟସ ପୁଅମାନଙ୍କ ଭଳି ହେବା ଦରକାର । ସେଥିପାଇଁ ଆମେ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କଲୁ, ଯାହା ଦ୍ୱାରା ସେମାନେ ପାଠପଢି ସେମାନଙ୍କ ବୃତ୍ତି ଚୟନ ପାଇଁ ଯଥେଷ୍ଟ ସମୟ ପାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ନିକଟରେ ନୂତନ ଟିକାକରଣ ଶ୍ରେଣୀ ଉପରେ କହିଥିଲେ । ସେ କହିଥିଲେ ଯେ ସରକାର ସମସ୍ତ ସମ୍ବେଦନଶୀଳତା ଓ ସାବଧାନତାର ସହ ସମସ୍ତ ଆବଶ୍ୟକତାକୁ ନେଇ କାର୍ୟ୍ୟ କରୁଛନ୍ତି । ଏଣିକି ଜାନୁୟାରୀ ତିନିତାରିଖଠାରୁ ସରକାର ୧୫ରୁ ୧୮ବର୍ଷ ପିଲାମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାସ୍ଥ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତି, ସମ୍ମୁଖ ଯୋଦ୍ଧା, ଗତ ଦୁଇବର୍ଷ ଧରି କରୋନା ବିରୁଦ୍ଧ ସଂଗ୍ରାମରେ ଦେଶର ଶକ୍ତିଭାବେ ଉଭା ହୋଇଛନ୍ତି । ଜାନୁୟାରୀ ୧୦ ତାରିଖଠାରୁ ସେମାନଙ୍କୁ ପ୍ରତିଷେଧକ ମାତ୍ରା ଦିଆ ହେବା ଆରମ୍ଭ ହେବ । ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରତିଷେଧକ ମାତ୍ରା ଦିଆଯାଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବ୍କା ସାଥ୍, ସବକା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ପାଥେୟ କରି କାର୍ୟ୍ୟ କରିବାକୁ ଅଙ୍ଗୀକାରବଦ୍ଧ । “ପ୍ରତ୍ୟେକ ଦେଶର ବିଭିନ୍ନ ଆଦର୍ଶବାଦ ଅଛି, ମାତ୍ର ଆଜି ଆମ ଦେଶର ଲୋକେ ସ୍ପଷ୍ଟଭାବେ ଦୁଇଟି ଆଦର୍ଶବାଦ ଦେଖୁଛନ୍ତି । ଗୋଟିଏ ଆଦର୍ଶ ବିଳମ୍ବର ହେଉଥିବା ବେଳେ ଅନ୍ୟଟି ବିକାଶର । ଯେଉଁମାନଙ୍କ ବିଳମ୍ବ ଆଦର୍ଶ ଅଛି, ସେମାନେ ପାହାଡର ବିକାଶ ନେଇ କେବେ ବି ଚିନ୍ତିନ ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବିଳମ୍ବ ଆଦର୍ଶ ଯୋଗୁଁ ହିମାଚଳ ଲୋକଙ୍କୁ ଅନେକ ଦିନ ଅଟଳ ଟନେଲ ପାଇଁ ଅପେକ୍ଷା କରିବାକୁ ପଡିଲା । ରେଣୁକାଜୀ ପ୍ରକଳ୍ପ ମଧ୍ୟ ତିନି ଦଶନ୍ଧି ବିଳମ୍ବିତ ହେଲା । ସରକାରଙ୍କ ଅଙ୍ଗୀକାରବଦ୍ଧତା କେବଳ ବିକାଶ । ଅଟଳ ଟନେଲ କାର୍ୟ୍ୟ ସମ୍ପୂର୍ଣ୍ଣ ହେବା ସହ ଚଣ୍ଡିଗଡରୁ ମନାଲୀ ଓ ସିମଲାକୁ ସଡକ ମଧ୍ୟ ପ୍ରଶସ୍ତ କରା ହେଲା ବୋଲି ସେ କହିଥିଲେ । ହିମାଚଳରେ ବହୁ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି । ପ୍ରତିରକ୍ଷା କର୍ମଚାରୀ ଓ ପୁରୁଣା ସଦସ୍ୟଙ୍କ ନିମନ୍ତେ ଅନେକ ପଦକ୍ଷେପ ନିଆ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ହିମାଚଳ ପ୍ରଦେଶର ପ୍ରତ୍ୟେକ ଘରେ ଦେଶରକ୍ଷା କରିଥିବା ବୀର ପୁଅଝିଅମାନେ ଅଛନ୍ତି । ଗତ ସାତବର୍ଷରେ ଦେଶର ସୁରକ୍ଷା ବୃଦ୍ଧି ପାଇଁ ଆମ ସରକାର କରିଥିବା କାର୍ୟ୍ୟ, ସୈନିକ ଓ ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ ହିମାଚଳବାସୀ ବିଶେଷ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ ।

purusottam
Leave A Reply

Your email address will not be published.