ଯୁଦ୍ଧ ପାଇଁ ପ୍ରସ୍ତୁତି ନିମନ୍ତେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି : ପିଏଲଏ ଭାରତୀୟ ସୀମାରେ ଠୁଳ କରୁଛି ଅସ୍ତ୍ର

ବେଜିଂ : ଭାରତ ଏବଂ ଆମେରିକା ଭିତରେ ତିକ୍ତତା ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)କୁ ଚାଇନାର ନୂଆ ବର୍ଷ ଛୁଟିରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସି ଜିନପିଙ୍ଗ ଏହା ମଧ୍ୟ କହିଛନ୍ତି ଯେ, ସୂଚନା ଯୁଦ୍ଧ କୌଶଳ ପାଇଁ ସେନା ପ୍ରସ୍ତୁତ ହେବା ଉଚିତ, ଯାହା ଶତ୍ରୁ ସୈନ୍ୟ ଉପରେ ବିଜୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚୀନ୍ ଗଣମାଧ୍ୟମ ଏବଂ ସ୍ଥାନୀୟ ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ଏବଂ ତାଇୱାନ ସହ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଚୀନ୍ ଏହି ବିବୃତ୍ତି ଦେଇଛି ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସି ଜିନପିଙ୍ଗଙ୍କ ବିବୃତ୍ତି ପରେ ଚୀନ୍‌ର ସରକାରୀ ଗଣମାଧ୍ୟମରେ ଅନେକ ଖବର ଆସିଛି ଯେ ଚୀନ୍ ସୈନ୍ୟମାନେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଜମା କରୁଛନ୍ତି । କେବଳ ଏତିକି ନୁହେଁ, ଚୀନ୍‌ର କେନ୍ଦ୍ରୀୟ ମିଲିଟାରୀ କମିଶନ ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ୟ୍ୟନ୍ତ ଏଲଏସିରେ ନିୟୋଜିତ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଯନ୍ତ୍ରପାତି ଯୋଗାଣ ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.