jayashree

ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

• ପ୍ରତି ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ୟ୍ୟକାରୀ ହେଲେ ପ୍ରାୟ ୫୦୦୦ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ
• ଓଡ଼ିଶାର ରାୟଗଡ଼ାର ମେଗା ଫୁଡ଼ ପାର୍କ ଏଥିରେ ସାମିଲ; ପ୍ରାୟ ୨୧୨୪ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହା ଠାରୁ ଦେଶରେ ମେଗା ଖାଦ୍ୟ ପାର୍କ ଯୋଜନା (ଏମଏଫପିଏସ) କାର୍ୟ୍ୟକାରୀ କରାଯାଇ ଆସୁଛି । ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରୁଛି । ଏହି ଯୋଜନା ଅଧୁନା କେନ୍ଦ୍ରୀୟ କ୍ଷେତ୍ରରେ ଅମ୍ବ୍ରେଲା ଯୋଜନା ଭାବେ କାର୍ୟ୍ୟ କରୁଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା (ପିଏମକେଏସୱା)ର ଅଂଶବିଶେଷ ଭାବେ ପ୍ରବର୍ତ୍ତନ କରାଯାଉଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଏଭଳି ମେଗା ଫୁଡ଼ ପାର୍କ ଯୋଜନା (ଏମଏଫପିଏସ) ଦେଶରେ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରତିଷ୍ଠା କରିବା ସହିତ କୃଷିକ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର୍ୟ୍ୟନ୍ତ ସବୁ ସ୍ତରରେ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିବାରେ ସହାୟକ ହେଉଛି । ଗତକାଲି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ସୂଚନା ପ୍ରଦାନ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ତେଲି ତାଙ୍କର ଉତ୍ତରରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରର ୩୭ଟି ମେଗା ଫୁଡ଼୍‌ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା “ଗଓଞଝ ଗରଶବ ୠକ୍ଟକ୍ଟୟ ଚବକ୍ସଳ ଖଗ୍ଧୟ” ସାମିଲ । ସେହିସବୁ ଏମଏଫପିଗୁଡ଼ିକ ଏବେ ପ୍ରବର୍ତ୍ତନର ବିଭିନ୍ନ ପର୍ୟ୍ୟାୟରେ ରହିଛନ୍ତି । ସେଥି ମଧ୍ୟରୁ ୧୯ଟି ମେଗା ଫୁଡ଼ ପାର୍କ ଏବେସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ୟ୍ୟକ୍ଷମ ହୋଇସାରିଛି । ସରକାରଙ୍କ ଦ୍ୱାରା ମୋଟ ୪୨ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା । ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ୟ୍ୟକ୍ଷମ ହେବାପରେ ପ୍ରାୟ ୫୦୦୦ ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ । ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତକୁ ଅତ୍ୟାଧୁନିକ ସଂସାଧନ ଯୋଗାଇବା ତଥା କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର୍ୟ୍ୟନ୍ତ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିଚାଲିବା । ଏହାଦ୍ୱାରା ଦେଶରେ ଏହିସବୁ ଫୁଡ଼ ପାର୍କ ନିକଟରେ ବିଭିନ୍ନ ପ୍ରକାର ଭିତ୍ତିଭୂମିକ ଉନ୍ନତି (ଯଥା ସଂଗ୍ରହ କେନ୍ଦ୍ର ଓ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଆଦି) ହୋଇପାରିବ । ସେହିଭଳି ପରିବହନ, ଲଜିଷ୍ଟିକ୍ସ, ଏବଂ କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ମଧ୍ୟ ସ୍ଥାପନ କରାଯିବ । ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉତ୍ତମ ରୂପେ ଅନୁଭବ କରିପାରିବେ ଏବଂ ଖାଦ୍ୟଶସ୍ୟ ହାନି ମଧ୍ୟ ହ୍ରାସ ପାଇବ । ଏହା ଏକ ସୁଦୃଢ଼ ଓ ସକ୍ରିୟ ଯୋଗାଣ ଚେନ୍‌ ସୃଷ୍ଟି କରିବ ଯାହା ପଛରେ ସଂଗ୍ରହକେନ୍ଦ୍ର, ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲଜିଷ୍ଟିକ ସଂସାଧନ ରହିବ ।
ଏହି ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆଧୁନିକ ସଂସାଧନ ଓ ଭିତ୍ତିଭୂମି ପ୍ରଦାନ କରିବା ଏବଂ ମୂଲ୍ୟଯୁକ୍ତ ଚେନକୁ ଅଧିକ ସୁଦୃଢ଼ କରିବା । ସେହିଭଳି ପ୍ରକ୍ରିୟାକରଣ ସଂସାଧନର ଉନ୍ନତି ଘଟିବା ଦ୍ୱାରା ଫାର୍ମ, ପରିବହନ, ଲଜିଷ୍ଟିକ୍ସ ଓ କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହେବେ । ଏହି ଯୋଜନା କ୍ଲଷ୍ଟର ଭିତ୍ତିକ ଭାବେ କାର୍ୟ୍ୟ କରିଥାଏ ଯେଉଁଠାରେ ଏକ ପେଣ୍ଠସ୍ଥଳୀ ଗଢ଼ିଉଠିଥାଏ । ମେଗା ଫୁଡ଼ ପାର୍କ ନିର୍ମାଣ ଦ୍ୱାରା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର (ପିପିସି ), ଏବଂ ସଂଗ୍ରହ କେନ୍ଦ୍ର (ସିସି ) ତଥା ସାଧାରଣ ସୁବିଧା ଯଥା ସଡ଼କ, ବିଜୁଳି, ଜଳ, ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର (ଇଟିପି) ସୁବିଧା, କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର(ସିପିସି) ଆଦି ଗଢ଼ି ଉଠିଥାଏ ।
ଏହି ଯୋଜନା ପାଇଁ କ୍ୟାପିଟାଲ ଗ୍ରାଣ୍ଟ ଭାବେ ସାଧାରଣ କ୍ଷେତ୍ରରେପ୍ରକଳ୍ପ ମୂଲ୍ୟର (ଭୂମି ମୂଲ୍ୟକୁ ଛାଡ଼ି) ୫୦ ପ୍ରତିଶତ ହାରରେ ଗ୍ରାଣ୍ଟ ଏବଂ ଜଟିଳ ତଥା ପାର୍ବତ୍ୟ କ୍ଷେତ୍ର ଯଥା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସେଥି ମଧ୍ୟରେ ସିକିମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜ୍ୟର ଆଇଟିଡ଼ିପି ବିଜ୍ଞପିତ କ୍ଷେତ୍ର ସାମିଲ) ପାଇଁ ୭୫ ପ୍ରତିଶତ ଗ୍ରାଣ୍ଟ ପ୍ରଦାନ କରାଯାଇଥାଏ । ତେବେ ଏହାର ସର୍ବାଧିକ ପରିମାଣ ପ୍ରକଳ୍ପ ପିଛା ୫୦ କୋଟିରୁ ଅଧିକ ହେବନାହିଁ ।
ସେହିଭଳି ସିପିସି ପ୍ରତିଷ୍ଠା ପାଇଁ ସର୍ବନିମ୍ନ ୫୦ ଏକର ଜମି କ୍ରୟ ଜରିଆରେ କିମ୍ବା ୭୫ ବର୍ଷ ପାଇଁ ଜମି ଲିଜ୍‌ ଆକାରରେ ଆବଶ୍ୟକତା ଅନୁସାରେ ମେଗା ଫୁଡ଼ ପାର୍କ ସ୍ଥାପନ ସକାଶେ ଯୋଗାଇ ଦିଆଯିବାର ପ୍ରାବଧାନ ରହିଛି । ଏହାର ପ୍ରମୁଖ ମୌଳିକ ଭିତ୍ତିଭୂମିମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଡ଼କ, ଡ୍ରେନେଜ୍‌, ଜଳ ଯୋଗାଣ, କ୍ୟପ୍ଟିଭ୍‌ ପାୱାର ପ୍ଲାଣ୍ଟ ସ୍ଥାପନ ସମେତ ବିଜୁଳି ଶକ୍ତି ଯୋଗାଣ, ଇଟିପି ଏବଂ ଏସଟିପି, ୱେବ୍ରିଜ୍‌ ଆଦି ସାମିଲ ।

Leave A Reply

Your email address will not be published.