ମାନୁନି ନେପାଳ : ଧରି ବସିଛି ନୂଆ ନକ୍ସା

ନୂଆଦିଲ୍ଲୀ : ନେପାଳର ଓଲି ସରକାର ପୁଣି ନକ୍ସା ବିବାଦକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ନେପାଳ ସରକାର ଗତ ମଙ୍ଗଳବାର ଦିନ ନିଜ ଦେଶର ବିବାଦୀୟ ନକ୍ସାକୁ ସ୍କୁଲ ପାଠ୍ରକ୍ରମରେ ସାମିଲ୍‌ କରିଥିବା ସୂଚନାରେ କୁହାଯାଇଛି । ଏପରିକି ନେପାଳ ନିଜ ଦେଶର ଏକ ଓ ଦୁଇ ଟଙ୍କିଆ କଏନ୍‌ ଉପରେ ନୂଆ ନକ୍ସାର ଛବି ଦେବାକୁ ନିଷ୍ପତ୍ତି ନେଇଛି । ଏହା ସ୍ପଷ୍ଟ ଯେ, ନେପାଳର ଏଭଳି ପଦକ୍ଷେପ ଭାରତ-ନେପାଳ ଭିତରେ ରହିଥିବା ଦ୍ୱିପାକ୍ଷିପ ସଂପର୍କକୁ ଦୁର୍ବଳ କରିବାରେ ସହାୟକ ହେବ । ତେବେ ନେପାଳ ଉତ୍ତରାଖଣ୍ଡର କାଲାପାନୀ, ଲିପୁଲେଖ ଏବଂ ଲିଙ୍ଗ୍‌ପିଆଧୁରା ଉପରେ ନିଜର ଦାବୀ ପେସ୍‌ କରୁଛି । ଗତ ମେ’ ମାସରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଲିପୁଲେଖ ଦେଇ ଯାଇଥିବା କୈଳାଶ ମାନସରୋବର ରୋଡ୍‌ ଲିଙ୍କ୍‌ର ଉଦ୍‌ଘାଟନ କଲେ, ସେତେବେଳେ ନେପାଳ ଆପତ୍ତି ଉଠାଇଥିଲା । ଏହାପରେ ନେପାଳ ଉପରୋକ୍ତ ତିନି ଅଂଚଳକୁ ସାମିଲ୍‌ କରି ଏକ ନୂଆ ନକ୍ସା ପ୍ରସ୍ତୁତ କରି ଜାରି କରିଛି । ଏପରିକି ନେପାଳ ଏହି ନୂଆ ନକ୍ସାକୁ ମାନ୍ୟତା ଦେବା ପାଇଁ ସଂବିଧାନ ସଂଶୋଧନ ମଧ୍ୟ କରିଛି ।

Leave A Reply

Your email address will not be published.