pakka

୨୦୨୧-୨୨ରେ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

bbehera

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ଟି ୟୁଆରଏଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେଗୁଡିକୁ ବନ୍ଦ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସାର୍ଵଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

jay balangir
Leave A Reply

Your email address will not be published.

2 × three =

error: Content is protected !!