centurian jitm

୨ ବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ

ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୨ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଗ୍ରେଟର ନୋଏଡ଼ା ପୋଲିସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ବସ୍‌ ମଧ୍ୟରେ କେତେ ସଂଖ୍ୟକ ଯାତ୍ରୀ ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.