ls

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୭୯ ହଜାର ୨୫୭ ଆକ୍ରାନ୍ତ ଚିହ୍ନଟ

sb

ନୂଆଦିିଲ୍ଲୀ : ଦେଶରେ କରୋନାର ବିଭତ୍ସ ତାଣ୍ଡବ ସ୍ଥିତି ଅସଂଭାଳ ହେବା ଯୋଗୁଁ ଲୋକେ ଆତଙ୍କିତ ହେବାର ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ତେବେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୯ ହଜାର ୨୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬୪୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ହଜାର ୫୨୪ରେ ପହଞ୍ଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪ ହଜାର ୮୩୨ରେ ପହଞ୍ଚିଛି । ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୫୦ ଲକ୍ଷ ୮୬ ହଜାର ୮୭୮ରେ ପହଁଚିଛି । ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୦୮୪୮୧୪ ।

pc pk
Leave A Reply

Your email address will not be published.