om academy

ପୁଣି ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ, ସକ୍ରିୟ ରୋଗୀ ସଂଖ୍ୟା ୩୭ ଲକ୍ଷରୁ ଅଧିକ

jsm

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍‌ନ୍ତି ଏବଂ ୪୧୮୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ତିନି ଲକ୍ଷରୁ ଅଧିକ ଥିଲା । ଏହି ସମୟ ଅବଧିରେ, ୩ ଲକ୍ଷ ୧୮ ହଜାର ୬୦୯ ରୋଗୀ କରୋନା ରୋଗକୁ ହରାଇବାରେ ସଫଳ ହୋଇଥିଲେ । ନୂତନ ଆକଳନ ଘୋଷଣା ହେବା ପରଠାରୁ ଦେଶରେ ଏପର୍ୟ୍ୟନ୍ତ ଆସିଥିବା କରୋନା ମାମଲା ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬କୁ ବୃଦ୍ଧି ପାଇଛି । ଏହି ରୋଗ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୮ ହଜାର ୨୭୦ ଜଣଙ୍କର ଜୀବନ ନେଇଛି ଏବଂ ୧ କୋଟି ୭୯ ଲକ୍ଷ ୩୦ ହଜାର ୯୬୦ ଲୋକ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୩୭ ଲକ୍ଷ ୨୩ ହଜାର ୪୪୬ ।

Leave A Reply

Your email address will not be published.