om academy

ବିପୁଳ ପରିମାଣର ଗଞ୍ଜେଇ ଜବତ : ଆନୁମାନିକ ମୂଲ୍ୟ ହେବ ୭୦ ଲକ୍ଷ

jsm

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲାରେ ଚୋରା ଚାଲାଣ ସମୟରେ ୭୧୭ କେଜି ୬ଶହ ଗ୍ରାମ ଗଞ୍ଜେଇ ସହ ୩ଟି ଗାଡ଼ି ଜବତ ହୋଇଥିବା ଶନିବାର ଜଣାପଡ଼ିଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପାଡୁଆ ଓ ଲମତାପୁଟ ପୁଲିସ ଏହି ଗଞ୍ଜେଇ ଜବତ କରିଛି । ଏହି ଚୋରା ଚାଲାଣ ଘଟଣାରେ ମିନିଟ୍ରକ, ପିକଅପ ଭ୍ୟାନ ଓ ବୋଲେରୋ ଜବତ ହୋଇଛି । ଗାଡ଼ି ଛାଡ଼ି ଗଞ୍ଜେଇ ଚୋରା ଚାଲାଣକାରୀ ଫେରାର ହୋଇ ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.