jsm

ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ବେନଡିକ ଲାକ୍ରା ଓ ଆଲେକ୍ସିଆ ମାଝୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ହମିରପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହମିରପୁର ଉନ୍ନୟନ ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶୋକସଭାରେ ଡଃ ପ୍ରଭାତ କୁମାର ମଲ୍ଲିକ, ଉପେନ୍ଦ୍ର ନାୟକ, ସୁରଥ ବାଗ, ଦେଓନିସ ଲାକ୍ରା, ସୁବାସ ଗୁପ୍ତା, ମହେନ୍ଦ୍ର ପଣ୍ଡିତ, ଅଗସ୍ତି ଦାସ, ବସନ୍ତ ଦେହୁରି, ଅମନ ବାରା, ଆଲୋକ ମହାନ୍ତି, ପି ଲାକ୍ରା, ବିଷ୍ଣୁ ନାୟକ, ଦେଓନିସ କିଣ୍ଡୋ, ନିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଦମ୍ପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ କରୋନା ମହାମାରୀ ସମୟରେ ଉଭୟ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା । ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦୁହେଁ ଅତ୍ୟନ୍ତ ଅମାୟିକ ତଥା ତାଙ୍କର ସମାଜ ସେବା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଥିଲା । ଏହାସହ ବଡଦିନରେ ବଂଧୁ ମିଳନ ଆୟୋଜନ କରି ଉଭୟ ସଂପ୍ରଦାୟ ମଧ୍ୟରେ ଯୋଗସୂତ୍ର ରକ୍ଷା କରୁଥିଲେ । ହମିରପୁର ଉନ୍ନୟନ ପରିଷଦ ଗଠନରେ ତାଙ୍କର ବଡ ଯୋଗଦାନ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁଅ ବିନୟ କୁମାର ଲାକ୍ରା ଓ ବିପିନ କୁମାର ଲାକ୍ରା, ଝିଅ ବିନିତା ଲାକ୍ରା ଓ ବିମଳା ଲାକ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.