ଚାକିରି କରାଇ ଦେବା ନାଁରେ ୮୦ ହଜାର ଟଙ୍କା ଠକେଇର ଶିକାର ହେଲେ ୨ ଯୁବତୀ

ନୂଆପଡା, (ନିରାକାର ମେହେର) : ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତର୍ଗତ ସରଧାପୁର ପଂଚାୟତର ଢକସର ଗ୍ରାମରେ । ଏହି ଗ୍ରାମର ଦୁଇ ଯୁବତୀଙ୍କ ଠାରୁ ଚାକିରି କରାଇ ଦେବା ବାହାନାରେ ୮୦ ହଜାର ଟଙ୍କ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ୮/୩/୨୨ରେ ଜୟନ୍ତୀ ତାଣ୍ତି ପିତା-ଭୁଜବଲ ତାଣ୍ତିଙ୍କ ଅଭିଯୋଗ ଅନୁଯାୟୀ ବୋଡେନ ଥାନା ଅର୍ନ୍ତର୍ଗତ କରଂଗାମାଳ ଗ୍ରାମର ବେଣୁଧର ଜଗତ ନିଜକୁ ଜଣେ ନେତା ଓ ଗଣମାଧ୍ୟମର ପ୍ରତିନିଧି କହି ବିଗତ ଦେଢ ବର୍ଷ ହେବ ଅଭିଯୋଗକାରୀ ଜୟନ୍ତୀ ତାଣ୍ତି ଓ ନିଳମ ତାଣ୍ତି ଢକସର ଗ୍ରାମକୁ ଆସି ସେମାନଙ୍କ ପରିବାର ଲୋକଙ୍କ ସହିତ କଥା ହେଇ ଟୁରିଜମ ବିଭାଗରେ ଚାକିରି କରାଇଦେବା ବାହାନାରେ ଦୁଇ ଜଣଙ୍କ ଠାରୁ ୮୦ ହଜାର ଟଙ୍କା ଓ ଅରିଜିନାଲ ମାଟ୍ରିକ ଓ +୨ର ସାର୍ଟିପିକେଟ ନେଇ ଥିଲେ । ବେଣୁଧର ଜଗତ ଚାକିରି ହୋଇଯିବ ବୋଲି ଦୀର୍ଘଦିନ ହେବ ମିଥ୍ୟା ପ୍ରଲୋଭନ ଦେଖାଉଥିଲେ । ଇତି ମଧ୍ୟରେ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ଚାକିରି ହେଲାନି କି ଫୋନ କଲେ ମଧ୍ୟ ଫୋନ ଉଠାଉ ନ ଥିଲେ । ଫଳରେ ନିରାଶ ହୋଇ ସେମାନେ ଥାନାର ଦ୍ବାରସ୍ଥ ହୋଇ ଥିଲେ । ଅଭିଯୋଗ ପରେ ଥାନାରେ କେସ ନଂ ୯୦/୨୨ରେ ମାମଲା ରୁଜୁ କରି ଖଡିଆଳ ପୋଲିସ ଏସ୍‌ଆଇ ଦୁର୍ଗାପ୍ରସାଦ ସାହୁ ଅନେକ ଥର କରଂଗାମାଲ ଗ୍ରାମକୁ ଯାଇଥିଲେ । କିନ୍ତୁ ବେଣୁଧର ଜଗତ ଫେରାର ହୋଇଥିବା ପୋଳିସ ସୁତ୍ରରୁ ଜଣାପଡିଛି । ଏନେଇ ଖଡିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କୁ ପଚାରିବାରୁ ବିଗତ ଦେଢ ବର୍ଷ ତଳେ ବେଣୁଧର ଜଗତ ଝିଅ ମାନଙ୍କୁ ଚାକିରି କରାଇ ଦେବା ନାରେ ଠକେଇ କରିଛି । ଇତି ମଧ୍ୟରୁ ୩/୪ ଜଣ ଠକେଇର ଶିକାର ହୋଇ ଥାନା ଦ୍ବାରସ୍ଥ ହୋଇଥିବା ବେଳେ ୩୦ରୁ ଅଧିକ ଯୁବକ ଯୁବତୀ ଠକାମୀର ଶିକାର ହେଇଛନ୍ତି । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଧ୍ୟରେ କାର୍ଯ୍ୟାନୁଷ୍ଟାନ ନେବା ପାଇଁ ସାଧାରଣ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.