୨୦ରେ ସୁନ୍ଦରଗଡ଼ ଆସୁଛନ୍ତି ତୋଗାଡିଆ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା ୨୦ ତାରିଖ ଦିନ ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ତୋଗାଡିଆଙ୍କ ଗସ୍ତକୁ ନେଇ ଜିଲ୍ଲାର କର୍ମକର୍ତ୍ତା ଓ ହିନ୍ଦୁପ୍ରେମୀଙ୍କ ଭିତରେ ଆଶାତୀତ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଦୃଷ୍ଟିଗୋଚର ହୋଇଛି । ୨୦ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ମାଦ୍ରୀକାଲୋ ଭବନ ପ୍ରାଙ୍ଗଣରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ତୋଗାଡିଆ ଏଇ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ତାଛଡା ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନକୁ ସଶକ୍ତ କରିବା ସହିତ ଧର୍ମାନ୍ତରୀକରଣ, ଗୋ-ହତ୍ୟାକୁ କିଭଳି ରୋକାଯାଇ ପାରିବ, ସେ ସମ୍ୱନ୍ଧରେ ମଧ୍ୟ ବିସ୍ତୃତ ଭାବରେ ରୂପରେଖ ତିଆରି ହେବାର କାର୍ଯ୍ୟକ୍ରମ ରହିଛି । ନିଜର ଉତ୍ତେଜିତ ଭାଷଣ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ତୋଗାଡିଆଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ମଧ୍ୟ ସକ୍ରିୟତା ଦେଖାଦେଇଥିବା ବେଳେ ତୋଗାଡିଆଙ୍କ ଭାଷଣ ଶୁଣିବା ପାଇଁ ବିଭିନ୍ନ ମହଲରେ ଉସୁକତା ଦେଖାଯାଇଛି ।

Leave A Reply

Your email address will not be published.

error: Content is protected !!