ଖପ୍ରାଖୋଲରେ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହଠାରେ ମେଡିକାଲ ଅଫିସର ଡାକ୍ତର ସୁରଜ କୁମାର ଦୀପଙ୍କ ଅଧ୍ୟକ୍ଷତାରେ ଆଗାମୀ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ ଅଧ୍ୟକ୍ଷ ନିରୂପମା ପଟେଲ, ବିପିଏମ୍‌ ଯୁଗଳ କିଶୋର ସାହୁ, ଡା ରାଜ ସ୍ୱାଇଁ, ସମେତ ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ । ଆଗାମୀ ୨୦ ତାରିଖ ବୁଧବାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ବ୍ଲକସ୍ତରୀୟ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଏହି ଶିବିରରେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆଲୋଚନା ହେବା ସହ କିଭଳି ଅବଶ୍ୟକ ଲୋକେ ଯୋଗ ଦେବେ ସେନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

error: Content is protected !!