ଭିଜିଲାନ୍ସ ଜାଲରେ ପଡିଲେ ସେକ୍ସନ ଅଫିସର

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୦ ହଜାର ଟଙ୍କା ଲାଞ୍ଚ ନେଇ ମହାବିଦ୍ୟାଳୟର ଜଣେ ସେକ୍ସନ ଅଫିସର ଗିରଫ ହୋଇଥିବା ଖବର ମିଳିଛି । ଭଦ୍ରକ ଜିଲ୍ଲା ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି । କଲେଜର ପୂର୍ବତନ ମୃତ ଅଧ୍ୟାପକଙ୍କ ପେନସନ୍ କରାଇବାକୁ ଅଧ୍ୟାପକଙ୍କ ପୁଅଠାରୁ ଶ୍ରୀମାନ ପ୍ରଭାତ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାବୁ ଧରାପଡିଗଲେ । ଧୁଷୁରୀ ସାଆଁଳପୁର ଆଇ.ଜି.ଏମ୍. କଲେଜର ପ୍ରଧ୍ୟାପକ ଥିଲେ ପ୍ରଫୁଲ୍ଲ ପୃଷ୍ଟି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ପେନସନ ଓ ଗ୍ରାଚ୍ୟୁଇଟ୍‌ ଟଙ୍କା ମିଳିନଥିଲା । ମୃତ ପ୍ରଫୁଲ୍ଲଙ୍କ ପୁଅ ବାରମ୍ୱାର କଲେଜକୁ ଦୌଡ଼ୁଥିଲେ ଓ ନିରାଶ ହୋଇ ଫେରୁଥିଲେ । ଆଜି ହେବ କାଲି ହେବ କହି କଲେଜ୍‌ ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ ଉକ୍ତ ହିତାଧିକାରୀଙ୍କୁ ଦୌଡାଉଥିଲେ । ବାରମ୍ୱାର ନିରାଶ ହେବା ପରେ ପେନସନ ଓ ଗ୍ରାଚ୍ୟୁଇଟ୍‌ କରାଇଦେବା ପାଇଁ ବହୁ କାକୁତିମନତି କରି କହିବାରେ ମୃତ ପ୍ରଫୁଲ୍ଲଙ୍କ ପୁଅ ପୀୟୂଷ ପୃଷ୍ଟିଙ୍କୁ ଲାଞ୍ଚ ମାଗିଥିଲେ । ପରେ ୧୦ ହଜାର ଟଙ୍କା ଦେବାକୁ କହିଥିଲେ ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ । ହିତାଧିକାରୀ ପୀୟୂଷ ପୃଷ୍ଟି ଏନେଇ ଭଦ୍ରକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଆର.ଡ଼ି. ଛକ ନିକଟରେ ଯୋଜନା ମୁତାବକ ପୀୟୂଷ ପୃଷ୍ଟି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ନାୟକଙ୍କୁ ଧରି ଥିଲେ । ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ।

Leave A Reply

Your email address will not be published.