ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବଲାଙ୍ଗିରରୁ ୨, ଗଜପତିରୁ ୧, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧା ୩, ପୁରୀରୁ ୧, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୧ ଜଣ ଚିହ୍ନଟ ହୋଇଛନ୍ତି ।