ସାମ୍ବାଦିକଙ୍କ ବଡ଼ବାପା ସଂକିର୍ତ୍ତନ ବରିହାଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଗୌନ୍ତିଆ ପରିବାରର ମଝିଆ ଗୌନ୍ତିଆ ତଥା ପୂର୍ବତନ ୱାର୍ଡ ମେମ୍ବର ସଂକିର୍ତ୍ତନ ବରିହାଙ୍କ ଆଜି ତାଙ୍କ ରେଙ୍ଗାଲଜୁରୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ (୮୫) ବର୍ଷ ହେଉଥିଲା । ସ୍ୱର୍ଗତ ବରିହା ଜଣେ ମିଷ୍ଟଭାଷୀ ଓ ମେଲାପି ବ୍ୟକ୍ତି ଥିଲେ । ସେ ସାମ୍ବାଦିକ ଗୋରେଖନାଥ ବରିହାଙ୍କ ବଡ଼ବାପା ଅଟନ୍ତି । ତାଙ୍କ ସ୍ତ୍ରୀ ସୀତା ବରିହା ଓ ୫ ପୁଅ ବଡ ବିପିନ ବରିହା, ନେତ୍ର ବରିହା, ମାନଞ୍ଚନ ବରିହା, କାଳିଆ ବରିହା, ସୁରେଶ ବରିହା ଓ ଦୁଇ ଝିଅ ଦେବକୀ, ସୁମିତ୍ରା, ନାତି, ତେଜ ରାଜ, ଆଶିଷ, ପ୍ରବିଣ, ମହନ, ରାହୁଲ, ଅଜୁ, ସାହିଲ, ସତ୍ୟଜିତ ନାତୁଣୀ ରଶ୍ମୀତା, ରାଜେଶ୍ଵରୀ ଓ ବହୁ, ଜ୍ଜାଇଁ, ଦୁଇ ଭାଇ ବଡ଼ ଭାଇ ଗୌନ୍ତିଆ ସଦାନନ୍ଦ ବରିହା ଓ ସାନ ଭାଇ କର୍ତ୍ତନ ବରିହା ବନ୍ଧୁ ବର୍ଗଙ୍କୁ ତାଙ୍କ ପଛରେ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କ ପରଲୋକରେ ଗାଁ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ତଥା ଆଖପାଖ ଅଂଚଳ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ମୃତ ପାର୍ଥିବ ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା । ଶବଧାରରେ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ତାଙ୍କ ପୂର୍ବ ପୁରୁଷଙ୍କ ପ୍ରଚଳିତ ପ୍ରାଥା ଅନୁସାରେ ନିଜ ପୂର୍ବ ବଂଶଧରକୁ ଶବ ପୋତି ଥିବା ପାଖରେ ମାଟି ଖୋଳି ପୋତି ଥିଲେ । ତାଙ୍କ ବଡପୁଅ ବିପିନ ବରିହା ପ୍ରଥମେ ଗାତ ଖୋଳି ପାର୍ଥିବ ଶରୀରକୁ ପୋତି ମାଟି ଅର୍ପଣ କରିବା ସହ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

Leave A Reply

Your email address will not be published.