ତୁହାକୁ ତୁହା ବିଦ୍ୟୁତ କାଟ, ବିଦ୍ୟୁତ ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରତ୍ୟେହ ବିଦ୍ୟୁତ ସରବରାହ କାଟ, ଟ୍ରିପିଙ୍ଗ ଓ ମରାମତି ନାମରେ ୮/୯ ଘଣ୍ଟା ବନ୍ଦ ରହିବା ଫଳରେ ଲୋକମାନେ ବହୁ ହନ୍ତସନ୍ତ ହେଉଛନ୍ତି । ଓଡ଼ିଶାରେ ଟାଟାର ପାଓ୍ବାର କମ୍ପାନୀ ପରିଚାଳନା ଭାର ହାତକୁ ନେବା ପରେ ଉପଭୋକ୍ତାଙ୍କଠାରୁ କେବଳ ବିଲ ଆଦାୟ ଯୋର ଦେଉଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଆଗାମୀ ଦିନରେ ଏଥିପ୍ରତି ଟାଟା ପାଓ୍ବାର କମ୍ପାନୀ ଦୃଷ୍ଟି ନ ଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.