ମାଙ୍ଗାନିଜ ପଥର ଲୋଡ ହୋଇଥିବା ଗାଡି ଜବତ : ୫ ଅଭିଯୁକ୍ତ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସରରେ ପେଟ୍ରୋଲିଂ କରୁଥିବା ବେଳେ ଲରମ୍ଭା ଥାନା ଏଏସ୍‌ଆଇ କୁନୁ ସାହୁ ଏବଂ ଷ୍ଟାଫ୍ ବିଶେଷ ସୂତ୍ରରୁ ଖବର ପାଇ ଚମ୍ପାସର ଗ୍ରାମରେ ଟ୍ରକ ସିଜି୦୪ଯେବି୮୫୨୫ ଓ ଗୋଟିଏ ଜେସିପି ଯାହାର ନମ୍ବର ଯେଏଚ୍‌୧୦ବିୱାଇ ୬୩୫୮ରେ ବକେଟରେ କିଛି ମାଙ୍ଗାନିଜ ପଥର ଲୋଡ୍‌ ଥାଇ ଜବତ କରାଯାଇଛି । ଏନେଇ ଲରମ୍ଭା ଥାନାରେ ଏକ ମାମଲାରୁଜୁ ହୋଇଛି । ଉକ୍ତ ମାମଲାକୁ ଲରମ୍ଭା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ତଦନ୍ତ କରିବା ସହ ଚମ୍ପାସର ଗାଁରୁ ମାଙ୍ଗାନିଜ ପଥର ଚୋରି କରିବା ପାଇଁ ଯାଇଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ବବଲୁ ଅନସାରୀ (୨୯), ଅଯମଦ ଅନସାରୀ(୧୯), ଥାନା ରାଜଧନୱାରି ଜିଲ୍ଲା ଗିରିଡିହି (ଝାରଖଣ୍ଡ) । ରେସ୍ ଅହେମେଦ (୩୯), ରାଜକୁମାର ଯାଦବ(୨୯), ଥାନା କୁମ୍ଭାରି ଜିଲ୍ଲା ଦୁର୍ଗ(ଛତିଶଗଡ଼), ଲକ୍ଷ୍ମଣ ରେଡି(୪୨) ବରମ୍ ପୁର୍ (ରେଲୱେ କଲୋନୀ) ଥାନା ବୈଦ୍ୟନାଥପୁର ଜିଲ୍ଲା ଗଞ୍ଜାମ୍ (ଓଡିଶା ) ଏହି ପାଞ୍ଚ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ଗତକାଲି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.