ଆସନ୍ତା ୨୬ରେ କୃଷକଙ୍କ ଆନ୍ଦୋଳନ : ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୬ ତାରିଖ ଦିନ ୫ ଦଫା ଦାବୀରେ କୃଷକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଗତକାଲି ଅତାବିରା ଠାରେ ଅନୁଷ୍ଠିତ ଜୟ କିଷାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ଅନୁଷ୍ଠିତ ସମାବେଶରେ ଧାନ କିଣାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅରୁଆ ଉଷୁନା ରାଜନୀତିରେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁ ନାହିଁ । ଏହି ରାଜନୀତି ବନ୍ଦ ହେଉ । ଏମ୍ଏସ୍‌ପିକୁ ଆଇନ ଗତ ନିଷ୍ପତ୍ତି ପ୍ରଦାନ ଆଦି ବିଭିନ୍ନ ଚାଷୀ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ୨୬ ତାରିଖ ଦିନ ଜିଲ୍ଲାରେ ଚାଷୀଙ୍କ ଧାନ ବିକ୍ରି ସମାସ୍ୟାକୁ ନେଇ ସକାଳ ୧୦ ଟାରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୫ଦଫା ସମ୍ମିଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯିବ । ସଭାରେ ଚାଷୀ ନେତା ଲିଙ୍ଗରାଜଙ୍କ ସମେତ ରମେଶ ମହାପାତ୍ର, ହର ବନିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.