କୋଣାର୍କ ଏକ୍ସପ୍ରେସ୍‌ ମାଡି ଯିବାରୁ ଚାଲିଗଲା ୫ ଜଣ ଯାତ୍ରୀଙ୍କ ଜୀବନ

ଶ୍ରୀକାକୁଲମ୍ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରିପାଲ୍ଲି ଷ୍ଟେସନ୍ ନିକଟରେ କୋଣାର୍କ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଷ୍ଟେସନ୍‌ରୁ ଓହ୍ଲାଇ ଟ୍ରେନ୍‌ ଲାଇନ୍‌ ଉପରେ ଯାତ୍ରୀ ମାନେ ଯାଉଥିବା ବେଳେ ଦୁର୍ଘଟଣା ଘଟି ୫ଜଣଙ୍କର ଜୀବନ ଚାଲିଯାଇଥିବା ଖବର ମିଳିଛି । କୋଏମ୍ବାଟୁର-ସିଲ୍‌ଚେର ଏକ୍ସପ୍ରେସରୁ ଓହ୍ଲାଇ ଲାଇନ୍ ଉପରେ ଯିବା ବେଳେ କୋଣାର୍କ ଏକ୍ସପ୍ରେସ୍‌ ମାଡ଼ିଯାଇଥିବା ଜଣାପଡିଛି । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ବେଳେ ଏହି ଘଟଣାଟି ଘଟିଥିବା ଖବର ମିଳିଛି । ଗୁରୁତର ଆହତଙ୍କୁ ତୁରନ୍ତ ଶ୍ରୀକାକୁଲମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.